ଓଡିଶା

odisha

ସୋନିଆଙ୍କ ରଣନୀତି: କଂଗ୍ରେସ ଶାସିତ ରାଜ୍ୟରେ ଲାଗୁ ହେବ କି କୃଷି ଆଇନ?

କୃଷି ଆଇନକୁ ଦେଶରେ ନ କରାଇଦେବାକୁ ଭରପୁର ପ୍ରୟାସ ଚଳାଇଛି କଂଗ୍ରେସ । କଂଗ୍ରେସ ଶାସିତ ରାଜ୍ୟଗୁଡିକୁ ଆଇନ ପାରିତ ନେଇ ସମ୍ଭାବନା ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ...

By

Published : Sep 28, 2020, 9:32 PM IST

Published : Sep 28, 2020, 9:32 PM IST

Updated : Sep 28, 2020, 10:56 PM IST

ସୋନିଆଙ୍କ ରଣନୀତି: କଣ କଂଗ୍ରେସ ଶାସିତ ରାଜ୍ୟରେ ଲାଗୁ ହେବନି କୃଷି ଆଇନ?
ସୋନିଆଙ୍କ ରଣନୀତି: କଣ କଂଗ୍ରେସ ଶାସିତ ରାଜ୍ୟରେ ଲାଗୁ ହେବନି କୃଷି ଆଇନ?

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଜାରି ରହିଛି କଂଗ୍ରେସର ବିରୋଧ । ଏପରି ସ୍ଥିତିରେ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ଏହି ଆଇନ ଲାଗୁ ହେବା ନେଇ ଆଶଙ୍କା ଦେଖାଦେଇଛି । ଆଇନକୁ ଦେଶରେ ନ କରାଇଦେବାକୁ ଭରପୁର ପ୍ରୟାସ ଚଳାଇଛି କଂଗ୍ରେସ । ତେବେ କୃଷି ଆଇନକୁ ପ୍ରଭାବଶୂନ୍ୟ କରିବା ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡିକୁ ଆଇନ ପାରିତ ନେଇ ସମ୍ଭାବନା ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

ଦଳର ସାଧାରଣ ସମ୍ପାଦକ କେସି ଭେନୁଗୋପାଲଙ୍କ ଏକ ଜାରି ବିବୃତ୍ତିରେ କହିଛନ୍ତି, ସୋନିଆ ଗାନ୍ଧୀ ସମ୍ବିଧାନର ଧାରା 254 (ଏ) ଅନୁଯାୟୀ ଆଇନର ପାରିତ ଉପରେ ଦୃଷ୍ଟି ଦେବାକୁ କଂଗ୍ରେସ ଶାସିତ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଧାରା ଅନୁଯାୟୀ ଏହି 'କୃଷି ବିରୋଧୀ ତଥା ରାଜ୍ୟ ଅଧିକାରରେ ହସ୍ତକ୍ଷେପ କରୁଥିବା ଆଇନ'କୁ ବର୍ଜନ କରିବା ପାଇଁ ଆଉ ଆଇନ ପ୍ରଣୟନ କରିବାକୁ କ୍ଷମତା ପ୍ରଦାନ କରୁଛି।

ବର୍ତ୍ତମାନ ପଞ୍ଜାବ, ରାଜସ୍ଥାନ, ଛତିଶଗଡ ଏବଂ ପୁଡୁଚେରୀରେ କଂଗ୍ରେସ ସରକାର ଅଛି। ସେ ହିପରି ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ କଂଗ୍ରେସ ସହଯୋଗୀ ଦଳ ଭାବରେ ଶାସନରେ ରହିଛି । ତେବେ କଂଗ୍ରେସ ନିଜ ରାଜନୀତି ରୋଟି ସେକିବାରେ କେତେ ସମର୍ଥ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ ।

Last Updated : Sep 28, 2020, 10:56 PM IST

ABOUT THE AUTHOR

...view details