ନୂଆଦିଲ୍ଲୀ: ରେଳୱେର ଏକ ବିବୃତ୍ତିକୁ ଆଶ୍ଚର୍ଯ୍ୟ ଜନକ କହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ରେଳବାଇ ଏକ ବିବୃତ୍ତିରେ କହିଥିଲା ଯେ ଦୁର୍ବଳ ଲୋକମାନେ ରେଳ ଯୋଗେ ଯାତ୍ରା କରିବା ଉଚିତ୍ ନୁହେଁ'। ରେଳୱେର ଏହି ବିବୃତ୍ତିକୁ ନେଇ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆଶ୍ଚର୍ଯ୍ୟଜନକ କହିଛନ୍ତି ।ଏଥିସହ ସେ କହିଛନ୍ତି ବର୍ତ୍ତମାନ ସମୟ ପ୍ରବାସୀ ଶ୍ରମିକଙ୍କ ପ୍ରତି ସମ୍ବେଦନଶୀଳତା ଦେଖାଇବା ଅଟେ ।
ପ୍ରିୟଙ୍କା ଗାନ୍ଧୀ ଏକ ଗଣମାଧମକୁ ମଧ୍ୟ ଟାର୍ଗେଟ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଆରପିଏଫ ଆକଳନ ଅନୁଯାୟୀ ଟ୍ରେନ ଯାତ୍ରା ସମୟରେ 80 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।