ଓଡିଶା

odisha

ETV Bharat / bharat

ପିଏମଙ୍କ ନାଁରେ ଅଭିଯୋଗ, ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ପିଏମ ନିର୍ବାଚନୀ ଆଚରଣ ବିଧିର ଉଲ୍ଲଂଘନ କରୁଛନ୍ତ ବୋଲି କଂଗ୍ରେସ ଅଭିଯୋଗ କରିଛି । ପୂର୍ବ କେନ୍ଦ୍ରମନ୍ତ୍ରୀ ଆରପିଏନ ସିଂଙ୍କ ନେତୃତ୍ବରେ କଂଗ୍ରେସର ପ୍ରତିନିଧି ମଣ୍ଡଳ ନିର୍ବାଚନ ଆୟୋଗରେ ୩ଟି ବିଷୟ ଉପସ୍ଥାପନ କରିଛନ୍ତି । ନିର୍ବାଚନ ଆୟୋଗ ସହ ବୈଠକ ପରେ କଂଗ୍ରେସ ନେତା ଆରପିଏନ ସିଂ କହିଛନ୍ତି ଯେ ନିର୍ବାଚନୀ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ପେଟ୍ରୋଲ ପମ୍ପ ଓ ଏୟାରପୋର୍ଟରେ ପିଏମ ମୋଦିଙ୍କ ପୋଷ୍ଟର ଲାଗିଛି । ଏହାସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିଷୟରେ ବିଜେପି ନେତାଙ୍କ ତରଫରୁ ଆସୁଥିବା ଅଶ୍ଲୀଳ ଟିପ୍ପଣୀ ଓ ନିର୍ବାଚନରେ ସେନାର ବ୍ୟବହାର ଉପରେ ରୋକ ଲଗାଇବାକୁ ନିର୍ବାଚନ ଆୟୋଗଙ୍କ ସହ ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି ।

By

Published : Mar 15, 2019, 11:34 PM IST

ଫଟୋ ସୌଜନ୍ୟ: ଟ୍ବିଟର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆରମ୍ଭ ହୋଇଯାଇଛି ପ୍ରଚାର ଅଭିଯାନ । ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି ରାଜନେତା । ଏହାସହ ଦଳଗୁଡିକ ପରସ୍ପର ବିରୋଧରେ ଆଣୁଛନ୍ତି ନିର୍ବାଚନୀ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ । ଏନେଇ ଦଳଗୁଡିକ ନିର୍ବାଚନ ଆୟୋଗର ଦ୍ବାରସ୍ଥ ହେଉଛନ୍ତି । ଏହି କ୍ରମରେ କଂଗ୍ରେସ ପ୍ରତିନିଧି ମଣ୍ଡଳ ଶୁକ୍ରବାର ନିର୍ବାଚନ ଆୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ପିଏମ ନିର୍ବାଚନୀ ଆଚରଣ ବିଧିର ଉଲ୍ଲଂଘନ କରୁଛନ୍ତ ବୋଲି କଂଗ୍ରେସ ଅଭିଯୋଗ କରିଛି । ପୂର୍ବ କେନ୍ଦ୍ରମନ୍ତ୍ରୀ ଆରପିଏନ ସିଂଙ୍କ ନେତୃତ୍ବରେ କଂଗ୍ରେସର ପ୍ରତିନିଧି ମଣ୍ଡଳ ନିର୍ବାଚନ ଆୟୋଗରେ ୩ଟି ବିଷୟ ଉପସ୍ଥାପନ କରିଛନ୍ତି । ନିର୍ବାଚନ ଆୟୋଗ ସହ ବୈଠକ ପରେ କଂଗ୍ରେସ ନେତା ଆରପିଏନ ସିଂ କହିଛନ୍ତି ଯେ ନିର୍ବାଚନୀ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ପେଟ୍ରୋଲ ପମ୍ପ ଓ ଏୟାରପୋର୍ଟରେ ପିଏମ ମୋଦିଙ୍କ ପୋଷ୍ଟର ଲାଗିଛି । ଏହାସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିଷୟରେ ବିଜେପି ନେତାଙ୍କ ତରଫରୁ ଆସୁଥିବା ଅଶ୍ଲୀଳ ଟିପ୍ପଣୀ ଓ ନିର୍ବାଚନରେ ସେନାର ବ୍ୟବହାର ଉପରେ ରୋକ ଲଗାଇବାକୁ ନିର୍ବାଚନ ଆୟୋଗଙ୍କ ସହ ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି ।

ପିଏମ ମୋଦିଙ୍କ କେତୋଟି ପୋଷ୍ଟର ପେଟ୍ରୋଲ ପମ୍ପ ଓ ଏୟାରପୋର୍ଟରେ ଲାଗିଛି । ତାହାର ଆଜି ରାତି ଯାଏ ରିପୋର୍ଟ ଆସିଯିବ ବୋଲି ନିର୍ବାଚନ ଆୟୋଗ କଂଗ୍ରେସକୁ କହିଛନ୍ତି । ଏହାସହ ଏହି ପୋଷ୍ଟର ହଟାଇବାର କାର୍ଯ୍ୟ ଜାରି ରହିଛି । ଏହାସହ ରାହୁଲଙ୍କୁ ନେଇ ଅଶ୍ଳୀଳ ଟିପ୍ପଣୀ କରିଥିବା କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେଙ୍କ ଭିଡିଓ କ୍ଲିପକୁ ନିର୍ବାଚନ ଆୟୋଗ ମଗାଇଛନ୍ତି ବୋଲି କଂଗ୍ରେସ କହିଛି ।

ABOUT THE AUTHOR

...view details