ନୂଆଦିଲ୍ଲୀ: କଂଗ୍ରେସର ସଙ୍କଟାପନ୍ନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦଳର ବରିଷ୍ଠ ନେତା କରନ ସିଂହ । ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ପଥଭ୍ରଷ୍ଟ ହେଉଛି । ତେଣୁ ଖୁବ୍ ଶୀଘ୍ର କଂଗ୍ରେସର କାର୍ଯ୍ୟକାରୀଣି ବୈଠକ ଡାକି ଦଳର ନୂଆ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ଦଳର ନେତାଙ୍କୁ ଅନୁରୋଧ କରିଛନ୍ତି କରନ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରିବାକୁ ପ୍ରସ୍ତାବ ଦେଇଛନ୍ତି ସେ ।
'ମନମୋହନ ସିଂହଙ୍କ ଅଧ୍ୟକ୍ଷତାରେ ତୁରନ୍ତ ହେଉ CWC ବୈଠକ' - cwc
ଖୁବଶୀଘ୍ର କଂଗ୍ରେସର କାର୍ଯ୍ୟକାରୀଣି ବୈଠକ ଡାକି ଦଳର ନୂଆ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ଦଳର ନେତାଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା କରନ ସିଂହ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
ସେ କହିଛନ୍ତି, ରାହୁଲ ଗାନ୍ଧୀ ଏକ ବଡ ନିର୍ଣ୍ଣୟ ନେଇଛନ୍ତି । ତାଙ୍କର ଏହି ନିର୍ଣ୍ଣୟକୁ ସମ୍ମାନ କରି ଦଳର ଭବିଷ୍ୟ କଥା ଚିନ୍ତା କରିବା ଉଚିତ୍ । ତେବେ ଯେ ପର୍ଯ୍ୟନ୍ତ ଜଣେ ପୂର୍ଣ୍ଣକାଳିନ ଅଧ୍ୟକ୍ଷଙ୍କୁ ନିଯୁକ୍ତି ମିଳିନାହିଁ , ସେ ପର୍ଯ୍ୟନ୍ତ ଦଳକୁ ଜଣେ ଅନ୍ତରିଣ ଅଧ୍ୟକ୍ଷ ନିର୍ବାଚିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ସହିତ ନିର୍ବାଚନ ପର୍ଯ୍ୟନ୍ତ ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ ପାଇଁ ଚାରିଜଣ ୱାର୍କିଂ ପ୍ରେସିଡେଣ୍ଟଙ୍କୁ ନିଯୁକ୍ତି ମିଳୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛନ୍ତି । ତେବେ ତାଙ୍କ ଇସ୍ତଫା ପରେ କଂଗ୍ରେସରେ ନୂଆ ଅଧ୍ୟକ୍ଷ ଚୟନକୁ ନେଇ ମନ୍ତ୍ରଣା ଜାରି ରହିଛି । ନୂଆ ଅଧ୍ୟକ୍ଷର ଏହି ନିଷ୍ପତ୍ତି କଂଗ୍ରେସର ଆଗାମି କାର୍ଯ୍ୟକାରୀଣି ବୈଠକରେ ହେବ ।