ଓଡିଶା

odisha

ETV Bharat / bharat

ସୁପ୍ରିୟା ଶ୍ରୀନେତ କଂଗ୍ରେସର ପ୍ରବକ୍ତା ନିଯୁକ୍ତ

ସୁପ୍ରିୟା ଶ୍ରୀନେତ କଂଗ୍ରେସର ପ୍ରବକ୍ତା ଭାବେ ନିଯୁକ୍ତ ମିଳିଛି। ସାମ୍ବାଦିକତାରୁ କ୍ୟାରିଅର ଆରମ୍ଭ କରିଥିଲେ ସେ। ଗତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଲୋକସଭା ଆସନରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ସେ।

By

Published : Sep 21, 2019, 10:49 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସାମ୍ବାଦିକରୁ ରାଜନେତା ପାଲଟିଥିବା ସୁପ୍ରିୟା ଶ୍ରୀନେତଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ପ୍ରବକ୍ତା ଭାବେ ନିଯୁକ୍ତି ମିଳିଛି । ତେବେ ଜଣେ ଜଣାଶୁଣା ବିଜନେସ ଆଙ୍କର ହେଉଛନ୍ତି ସେ ।

ସୁପ୍ରିୟା ଶ୍ରୀନେତ କଂଗ୍ରେସର ବରିଷ୍ଠ ନେତା ତଥା ମହାରାଜଗଞ୍ଜରୁ ଦୁଇଥର ସାଂସଦ ରହିଥିବା ଦିବଙ୍ଗତ ହର୍ଷବର୍ଦ୍ଧନ ସିଂହଙ୍କ ଝିଅ । 2019 ଲୋକସଭା ନିର୍ବାଚନରେ ସୁପ୍ରିୟା ମହାରାଜଗଞ୍ଜରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢିଥିଲେ । ପୂର୍ବରୁ ଏହି ଆସନରୁ କଂଗ୍ରେସ ବାହୁବଳୀ ନେତା ଅମରମଣି ତ୍ରିପାଠୀଙ୍କ ଝିଅ ତନୁଶ୍ରୀଙ୍କୁ ଟିକଟ ଦେଇଥିଲା । ପରେ ତାଙ୍କ ଟିକେଟକୁ କଟାଯାଇ ସୁପ୍ରିୟାଙ୍କୁ ଦିଆଯାଇଥିଲା। ତେବେ ସେ ଏହି ଆସନରୁ ବିଜେପି ପ୍ରାର୍ଥୀ ପଙ୍କଜ ଚୌଧୁରୀଙ୍କ ଠାରୁ ପରାସ୍ତ ହୋଇଥିଲେ।

ABOUT THE AUTHOR

...view details