ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ଓ୍ବାର ଜିତିବା ପାଇଁ କଂଗ୍ରେସ-ଜେଡିଏସ୍ ଡିଲ୍ ଫାଇନାଲ୍

୨୦ଟି ଆସନରେ କଂଗ୍ରେସ ଓ ଜନତା ଦଳ ସେକୁଲାର (ଜେଡିଏସ) ୮ଟି ଆସନରେ ଲଢିବେ ଲୋକସଭା ନିର୍ବାଚନ । ରାଜ୍ୟରେ ରହିଛି ସର୍ବମୋଟ ୨୮ଟି ଲୋକସଭା ଆସନ ।

By

Published : Mar 13, 2019, 11:42 PM IST

ଫାଇଲ ଫଟୋ

ବେଙ୍ଗାଲୁରୁ: ସାଧାରଣ ନିର୍ବାଚନକୁ ପାଇଁ ସଜବାଜ ହେଉଛନ୍ତି ରାଜନୈତିକ ଦଳ । ମେଣ୍ଟ ଗଢି ୨୦୧୯ର ରଣକ୍ଷେତ୍ର ବିଜୟ ପାଇଁ ବିଭିନ୍ନ ଦଳର ଜୋରଦାର ପ୍ରସ୍ତୁତି । ଏହି କ୍ରମରେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ମଧ୍ୟରେ ଛିଣ୍ଡିଲା ଆସନ ଭାଗବଣ୍ଟା ।

୨୦ଟି ଆସନରେ କଂଗ୍ରେସ ଓ ଜନତା ଦଳ ସେକୁଲାର (ଜେଡିଏସ) ୮ଟି ଆସନରେ ଲଢିବେ ଲୋକସଭା ନିର୍ବାଚନ । ରାଜ୍ୟରେ ରହିଛି ସର୍ବମୋଟ ୨୮ଟି ଲୋକସଭା ଆସନ ।

ଏହାପୂର୍ବରୁ ଜେଡିଏସ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ବାସ ଭବନରେ ଯାଇ କଂଗ୍ରେସ ଅଧ୍ୟକ୍ଷ ସାକ୍ଷାତ କରିଥିଲେ । ସେଠାରେ ଲୋକସଭା ଆସନ ବୁଝାମଣା ନେଇ ଆଲୋଚନା ହୋଇଥିଲା । କିନ୍ତୁ ଜେଡିଏସ ୧୦ଟି ଆସନ ଦାବି କରୁଥିବା ବେଳେ କଂଗ୍ରେସ ୬ଟି ଆସନ ଦେବାକୁ ରାଜି ଥିଲା । ଯେଉଁଥି ପାଇଁ ଆସନ ବୁଝାମଣା ହୋଇପାରୁ ନଥିଲା ।

ଦୁଇ ଦଳ ମଧ୍ୟରେ ମୈସୁର, ମଣ୍ଡ୍ୟା ଓ ଚିକବଲାପୁର ଲୋକସଭା ଆସନକୁ ନେଇ ମେଣ୍ଟ ହୋଇପାରୁ ନଥିଲା । ଅନ୍ୟପକ୍ଷେ ବିଜେପି କର୍ଣ୍ଣାଟକରେ ଏକାକୀ ନିର୍ବାଚନୀ ଲଢି ୨୮ରୁ ୨୨ ଆସନ ଜିତିବାର ଦାବି କରୁଛି ।

For All Latest Updates

ABOUT THE AUTHOR

...view details