ଓଡିଶା

odisha

ETV Bharat / bharat

ଚାଷୀଙ୍କୁ ଆଇନଗତ ସୁବିଧା ଦେବ କଂଗ୍ରେସ - କଂଗ୍ରେସ

ଦିଲ୍ଲୀ ହିଂସାକାଣ୍ଡରେ ଗିରଫ ଚାଷୀ ଓ ସାମ୍ବାଦିକଙ୍କୁ ଆଇନଗତ ସୁବିଧା ଦେବାକୁ କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ଚାଷୀଙ୍କୁ ଆଇନଗତ ସୁବିଧା ଦେବ କଂଗ୍ରେସ
ଚାଷୀଙ୍କୁ ଆଇନଗତ ସୁବିଧା ଦେବ କଂଗ୍ରେସ

By

Published : Feb 3, 2021, 11:37 AM IST

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ବାହାରିଲା କଂଗ୍ରେସ । ଜାନୁଆରୀ 26 ତାରିଖରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ଗିରଫ ଚାଷୀ ଓ ସାମ୍ବାଦିକଙ୍କୁ ଆଇନଗତ ସୁବିଧା ଦେବ କଂଗ୍ରେସ । ଏନେଇ ମଙ୍ଗଳବାର ଦଳ ନିଷ୍ପତ୍ତି ନେଇଛି ।

ଚାଷୀଙ୍କୁ ଜେଲରୁ ମୁକାଳିବା ପାଇଁ ଯାହା ଆଇନଗତ ସହାୟତା ଦରକାର ତାହା ଦଳ ପକ୍ଷରୁ କୃଷକଙ୍କୁ ଯୋଗାଇ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ରାଜ୍ୟସଭା ସଦସ୍ୟ ବିବେକ ଟଙ୍ଖାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ଆଇନ ସାମୁଖ୍ୟର ବୈଠକରେ ଏପରି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ଆଇନ ସାମୁଖ୍ୟର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ, ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ଆଇନ ବିଭାଗର ମୁଖ୍ୟଙ୍କ ଏକ ପ୍ରତିନିଧୀ ଦଳ ଦିଲ୍ଲୀର ସୀମାନ୍ତରେ ଥିବା ବିକ୍ଷୋଭ ସ୍ଥଳରେ କୃଷକ ନେତାମାନଙ୍କୁ ଭେଟିବେ । ଆଇନ ବିଭାଗ ଦ୍ବାରା ପୂର୍ବରୁ କରାଯାଇଥିବା ସେବା ବିଷୟରେ ଅବଗତ କରାଇବା ସହ କୃଷକ ଏବଂ ସାମ୍ବାଦିକମାନଙ୍କୁ ରିଲିଫ ସମ୍ପର୍କରେ ସାହାଯ୍ୟ କରିବେ ।

ସେମାନେ ଆହୁରି ମଧ୍ୟ ଏକ ସଂକଳ୍ପ ପାରିତ କରିଛନ୍ତି ଯେ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ଚାରିଟି ରାଜ୍ୟରେ ଆସନ୍ତା 48 ଘଣ୍ଟା ମଧ୍ୟରେ ସମସ୍ତ ଜିଲ୍ଲାରେ ଆଇନ ବିଭାଗର ଆଇନଜୀବୀ କମିଟି ଗଠନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details