ଓଡିଶା

odisha

ETV Bharat / bharat

ଘୋଷଣା ହେଲା କଂଗ୍ରେସ ପ୍ରାର୍ଥୀ ତାଲିକା

ରାଜସ୍ଥାନ, ଗୁଜୁରାଟ ଓ ଉତ୍ତର ପ୍ରଦେଶର ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା। କଂଗ୍ରେସ  ଜାରି କରିଥିବା ତାଲିକାରେ 31 ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏଥିମଧ୍ୟରୁ 19ଜଣ ରାଜସ୍ଥାନର ହୋଇଥିବା ବେଳେ 6ଜଣ ଗୁଜୁରାଟ ଓ ଉତ୍ତର ପ୍ରଦେଶର।

By

Published : Mar 29, 2019, 1:01 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ANI

ନୂଆଦିଲ୍ଲୀ: ନିର୍ବାଚନ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀଙ୍କ ପୁଅ। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ଯୋଧପୁର ସସଂଦୀୟ କ୍ଷେତ୍ରରୁ ଆଗାମୀ ଲୋକସଭା ନିର୍ବାଚନ ଲଢିବେ। ତେବେ ଯୋଧପୁରକୁ ଅଶୋକ ଗେହଲଟଙ୍କ ଗଡ ରୂପେ ମନାଯାଏ। ତେଣୁ ଏହା ବୈଭବଙ୍କ ପାଇଁ ଏକ ପ୍ରକାର ଜିତ୍ କହିଲେ ଭୁଲ୍ ହେବ ନାହିଁ ।

ତେବେ ଗୁରୁବାର ରାତିରେ କଂଗ୍ରେସ ଦ୍ବାରା ଜାରି କରାଯାଇଥିବା ପ୍ରାର୍ଥୀଙ୍କ ଲିଷ୍ଟ ଅନୁଯାୟୀ, ବିଜେପିର ବରିଷ୍ଠ ନେତା ଜଷୱନ୍ତ ସିଂଙ୍କ ପୁଅ ମାନବେନ୍ଦ୍ର ସିଂ ବାରମେରରୁ ନିର୍ବାଚନ ଲଢିବେ। ସେହିପରି ପୂର୍ବ କେନ୍ଦ୍ରିୟ ମନ୍ତ୍ରୀ ଭନୱର ଜିତେନ୍ଦ୍ର ସିଂ ଅଲନରରୁ ନିର୍ବାଚନ ଲଢିବେ। ତେବେ କଂଗ୍ରେସ ଜାରି କରିଥିବା ଲିଷ୍ଟରେ 31 ଜଣ ପାର୍ଥୀଙ୍କ ନାମ ରହିଛି । ଏଥିମଧ୍ୟରୁ 19ଜଣ ରାଜସ୍ଥାନର ଥିବା ବେଳେ 6ଜଣ ଗୁଜୁରାଟ ଓ ଉତ୍ତର ପ୍ରଦେଶର।

ତେବେ ରାଜସ୍ଥାନରେ 25ଟି ସିଟ୍ ର ମତଦାନ ଅପ୍ରେଲ19 ଏବଂ ମେ 6ରେ କରାଯିବ। ସେହିପରି ଉତ୍ତର ପ୍ରଦେଶରେ 11 ଅପ୍ରେଲରୁ ମେ 19 ଯାଏଁ ସାତଟି ସ୍ଥାନରେ ମତଦାନ କରାଯିବ। ଗୁଜୁରାଟରେ ମଧ୍ୟ 26ଟି ସିଟ୍ ପାଇଁ ଅପ୍ରେଲ 23ରେ ମତଦାନ ହେବାବେଳେ ଫଳାଫଳ ଆସିବ ମେ 23ରେ।

ABOUT THE AUTHOR

...view details