ଓଡିଶା

odisha

ETV Bharat / bharat

ଆସାମର ହେଲାକାଣ୍ଡିରେ ହିଂସା: ଜଣେ ମୃତ, 14 ଆହତ

ଆସାମର ହେଲାକାଣ୍ଡିରେ ସାମ୍ପ୍ରଦାୟିକ ହିଂସା । ହିଂସାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବାବେଳେ 14 ଜଣ ଆହତ ହୋଇଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ସେନାକୁ ଡକାଯାଇଛି ।

By

Published : May 11, 2019, 1:04 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଗୌହାଟି: ହେଲାକାଣ୍ଡି ଜିଲ୍ଲାରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବାବେଳେ 14 ଜଣ ଆହତ ହୋଇଛନ୍ତି ।

ସମ୍ପୂର୍ଣ୍ଣ ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଥିବାବେଳେ ଶାନ୍ତି ବଜାୟ ରଖିବା ପାଇଁ ସେନାକୁ ଡକାଯାଇଛି । ଏଥିସହିତ ଘଟଣାର ଯାଞ୍ଚ୍ ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଆଦେଶ ଦେଇଛନ୍ତି ।

ମସଜିଦ ସାମ୍ନାରେ ରାସ୍ତା ଉପରେ ନମାଜ ପଢାଯିବାକୁ ନେଇ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଏହି ହିଂସା ହୋଇଥିଲା । ହିଂସାରେ 15 ଜଣ ବ୍ୟକ୍ତି ଆହତ ହୋଇଥିବାବେଳେ ଜଣଙ୍କର ହସପିଟାଲରେ ମୃତ୍ୟୁ ହୋଇଯାଇଛି । ହିଂସା ଫଳରେ 15ରୁ ଅଧିକ ଯାନବାହନ କ୍ଷତିଗ୍ରସ୍ତ ହେବା ସହିତ 12ଟି ଦୋକାନରେ ନିଆଁ ଲଗାଇ ଦିଆଯାଇଛି ।

ହିଂସାକୁ ଦୃଷ୍ଟିରେ ରଖି ଶୁକ୍ରବାର ସଂଧ୍ୟା 6ଟାରୁ ମେ 12 ତାରିଖ ସଂଧ୍ୟା 7ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଥିବା ଡେପୁଟି କମିଶନର କୀର୍ତ୍ତି ଜଲ୍ଲି କହିଛନ୍ତି ।

ABOUT THE AUTHOR

...view details