ଚେନ୍ନାଇ: ପ୍ରତ୍ନତତ୍ତ୍ବ ବିଭାଗ ଏକ ଐତିହ୍ୟ ସ୍ଥାନ ଖନନ କରିବା ସମୟରେ ଏକ ଶିଶୁର କଙ୍କାଳ ଉଦ୍ଧାର କରିଛି । ତାମିଲନାଡୁର ଆଦିଚନାଲୁର ସାଇଟରେ ଖନନ ସମୟରେ ଏକ ଶିଶୁର କଙ୍କାଳ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଗତ ମେ 25 ତାରିଖରୁ ଆଦିଚନାଲୁର ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏହି କାର୍ଯ୍ୟ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ | 10 ଜଣ ରିସର୍ଚ୍ଚର, ରିସର୍ଚ୍ଚ ଛାତ୍ରଙ୍କ ସମେତ 50 ରୁ ଅଧିକ କର୍ମଚାରୀ ଏହି କାର୍ଯ୍ୟରେ ଜଡିତ ଅଛନ୍ତି ।