ଓଡିଶା

odisha

ETV Bharat / bharat

3-4 ବର୍ଷ ମଧ୍ୟରେ ବିଦ୍ୟୁତକରଣ ହେବ ଭାରତୀୟ ରେଳ: ପୀୟୁଷ ଗୋଏଲ

ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଯେ ଆସନ୍ତା 3-4 ବର୍ଷ ମଧ୍ୟରେ ଭାରତୀୟ ରେଳ ସଂପୂର୍ଣ୍ଣ ବିଦ୍ୟୁତକରଣ ହେବ । 2030 ସୁଦ୍ଧା ପ୍ରତ୍ୟେକ ଭାରତୀୟ ନାଗରିକ ରେଳକୁ ନେଇ ଗର୍ବିତ ଅନୁଭବ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

By

Published : Jul 16, 2020, 3:27 PM IST

ଭାରତୀୟ ରେଳ
ଭାରତୀୟ ରେଳ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଯେ ଆସନ୍ତା 3-4 ବର୍ଷ ମଧ୍ୟରେ ଭାରତୀୟ ରେଳ ସଂପୂର୍ଣ୍ଣ ବିଦ୍ୟୁତକରଣ ହେବ । 2030 ସୁଦ୍ଧା ପ୍ରତ୍ୟେକ ଭାରତୀୟ ନାଗରିକ ରେଳକୁ ନେଇ ଗର୍ବିତ ଅନୁଭବ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ବିଶ୍ବର ପ୍ରଥମ ବୃହତ୍ ସ୍ବଚ୍ଛ ରେଳବିଭାଗ ହେବ ।

ଆଜି(ଗୁରୁବାର) CII ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ଆତ୍ମନିର୍ଭରଶୀଳ ଅଭିଯାନରେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ଆଗଭର । ସେ କହିଛନ୍ତି ଯେ ସରକାର ଅକ୍ଷୟ ଶକ୍ତି ପାଇଁ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରୁଛନ୍ତି ଓ ଶିଳ୍ପ ଆତ୍ମନିର୍ଭର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ବ, ଗୋଟିଏ ଗ୍ରୀଡ ଓ ଭାରତ ଅନ୍ତର୍ଜାତୀୟ ନବୀକରଣ ଯୋଗ୍ୟ ସମ୍ପ୍ରଦାୟର ନେତୃତ୍ବ ନେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅକ୍ଷୟ ଶକ୍ତି ଆମକୁ ଆଗକୁ ବଢାଇବ ଓ ପରିବେଶକୁ ଲାଭ ଦେବା ସହିତ ଅକ୍ଷୟ ଶକ୍ତି ଅର୍ଥନୈତିକକୁ ଆଗକୁ ନେବ ।

ABOUT THE AUTHOR

...view details