ପାନାଜୀ: ସାରା ଦେଶରେ କୋରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ତେବେ କୋରୋନାକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ରାଜ୍ୟରେ କୋରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଦ୍ରୁତ ଗତିରେ କୋରୋନାର ନୂଆ ମାମଲା ସାମ୍ନାକୁ ଆସୁଛି । ବର୍ତ୍ତମାନ ଗୋଆରେ ଆକ୍ରାନ୍ତଙ୍କ ସଂଖ୍ୟା 1,039 ରେ ପହଞ୍ଚିଛି । ରାଜ୍ୟରେ 667ଟି ସକ୍ରିୟ ମାମଲା ରହିଛି।
ଗୋଆରେ ଆରମ୍ଭ ହୋଇଛି ଗୋଷ୍ଠୀ ସଂକ୍ରମଣ: ମୁଖ୍ୟମନ୍ତ୍ରୀ - goa cm
ଗୋଆରେ ଧିରେ ଧିରେ କୋରୋନା ମାମଲା ବୃଦ୍ଧିକୁ ଦେଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଠାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ।
ସିଏମ କହିଛନ୍ତି, ଆମେ ମାନୁଛୁ ଯେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । କିନ୍ତୁ ସଂକ୍ରମଣ ମାମଲା ଧିରେ ଧିରେ ବୃଦ୍ଧି ପାଉଛି । ନିକଟରେ ରାଜ୍ୟ ସରକାର କୋରୋନା ମୁକାବିଲା ପାଇଁ କଠୋର ପଦକ୍ଷେପ ନେଇଥିଲେ। ଯେଉଁଥିରେ ରାଜ୍ୟରେ ପ୍ରବେଶ କରୁଥିବା ଲୋକଙ୍କୁ କୋରୋନା ପରୀକ୍ଷା କରିବାକୁ ପଡିବ କିମ୍ବା 14 ଦିନ ପର୍ଯ୍ୟନ୍ତ ଘରେ କ୍ବାରେଣ୍ଟାଇନରେ ରହିବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟର ବାସ୍କୋରେ ମାଙ୍ଗାଲୋର ହିଲ ଏବଂ ସତ୍ତାରୀ ତାଲୁକାରେ ମୋରଲେମ ଗାଁରେ କଣ୍ଟେନମେଣ୍ଟ ଜୋନ ଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଛୋଟ ଛୋଟ ଜୋନ ରହିଛି । ଗୋଆରେ 1039 ଟି ପଜିଟିଭ ମାମଲା ରହିଥିବାବେଳେ, ଏଥିରେ 2 ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ସେହିପରି 370 ଲୋକ ସୁସ୍ଥ ହୋଇଥିବାବେଳେ, 667 ଜଣ ଚିକିତ୍ସିତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ, 60,305 ଲୋକଙ୍କ କୋରୋନା ପରୀକ୍ଷା କରାଯାଇଛି ।