ଜୟପୁର: ପିଙ୍କସିଟି ଜୟପୁରରେ ଗତ ସୋମବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଦ୍ବାରା ସାମ୍ପ୍ରଦାୟିକ ହିଂସା ପରିସ୍ଥିତି ଉପୁଜୁଛି । ଦୁଇ ପକ୍ଷରୁ ପରସ୍ପରକୁ ଇଟା ପଥର ମାଡ କରାଯାଇଥିବା ବେଳେ 9 ପୋଲିସ କର୍ମୀଙ୍କ ସମେତ ମୋଟ 24 ଜଣ ଲୋକ ଆହତ ହୋଇଛନ୍ତି ।
ଜୟପୁରରେ ସାମ୍ପ୍ରଦାୟିକ ହିଂସା, 9 ପୋଲିସ କର୍ମୀ ଆହତ - ଜୟପୁର
ଜୟପୁରରେ ସାମ୍ପ୍ରଦାୟିକ ହିଂସା ଫଳରେ 9 ପୋଲିସ କର୍ମୀଙ୍କ ସମେତ ମୋଟ 24 ଜଣ ଲୋକ ଆହତ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବାକୁ ବୁଧବାର ରାତି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।
ପ୍ରତିକାତ୍ମକ ଫଟୋ
ଘଟଣା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି 10ଟି ଥାନା କ୍ଷେତ୍ରରେ ଇଣ୍ଟରନେଟ ସେବାକୁ ବୁଧବାର ରାତି ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏଥି ସହ ଏ ଘଟଣାରେ ଜଡିତ ଥିବା ଅଭିଯୋଗରେ 5 ଜଣଙ୍କୁ ଗିରଫ କରାଯାଇଛି।