ଓଡିଶା

odisha

ETV Bharat / bharat

ଜୋଶରେ ପ୍ରିୟଙ୍କା: କରୁଛନ୍ତି ରାତି ବୈଠକ, ସାଙ୍ଗରେ ଆଣୁଛନ୍ତି ଖାଦ୍ୟ - party worker

ପ୍ରିୟଙ୍କା ରାଜନୀତିରେ ପାଦ ଦେବା ପରେ ସମ୍ପୂର୍ଣ୍ଣ ରାଜେନୈତିକ ପାଣିପାଗରେ ପରିବର୍ତ୍ତନ ହୋଇଯାଇଛି । କଂଗ୍ରେସର ଆତ୍ମବିଶ୍ୱାସ ଦୃଢ ହେବା ସହ ଏହାର କର୍ମୀ ଉତ୍ସାହିତ ଅଛନ୍ତି ।

ଡିଜାଇନ ଫଟୋ

By

Published : Feb 15, 2019, 5:15 PM IST

ନୂଆଦିଲ୍ଲୀ: ଦାୟିତ୍ବ ନେବା ପରେ ପୁରା ଜୋଶରେ ଅଛନ୍ତି ପ୍ରିୟଙ୍କା ଗାନ୍ଧୀ । ଆଗାମୀ ନିର୍ବାଚନ ପାଇଁ ପୁରା ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏଥିପାଇଁ ସେ ମାରାଥନ ବୈଠକ କରିବା ସହ ଜୋରସୋରରେ ପ୍ରଚାର ଚଳାଇଛନ୍ତି ।

ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ନିକଟରେ ରାଜନୀତିରେ ପାଦ ଦେଇଛନ୍ତି । ତେବେ ଏହାପରେ ସେ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି । ବରିଷ୍ଠ ନେତା ଓ ଯୁବ କର୍ମୀଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିବା ସହ ଋଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଏଥିପାଇଁ ସେ ବିଳମ୍ୱିତ ରାତ୍ରି ପର୍ଯ୍ୟନ୍ତ ବୈଠକ କରୁଛନ୍ତି ।

ପ୍ରିୟଙ୍କା ଓ ଜ୍ୟୋତିରାଦିତ୍ୟ ସିନ୍ଧିୟା ଦୁଇ ଦିନ ୧୫ ଘଣ୍ଟା ଧରି କାମ କରିଥିବା ଜଣାପଡିଛି । ବୁଧବାର ରାତି ୨ଟା ୩୦ ପର୍ଯ୍ୟନ୍ତ ପାର୍ଟିର କର୍ମକର୍ତ୍ତାଙ୍କ ସହିତ ବୈଠକ କରିଥିଲେ ପ୍ରିୟଙ୍କା ଗାନ୍ଧୀ । ଏହି ସମୟରେ ଲୋକସଭା ଆସନର ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ସହିତ ପ୍ରିୟଙ୍କା କଥାବର୍ତ୍ତା ହୋଇଥିଲେ । ଏହାସହ ଖାଇବା ପାଇଁ ସେ ଘରୁ ଖାଦ୍ୟ ନେଇ ଆସୁଛନ୍ତି । ଏପରିକି ତାଙ୍କ ସହ କର୍ମୀମାନେ ମଧ୍ୟ ବିଳମ୍ୱିତ ରାତି ଯାଏଁ ରହୁଛନ୍ତି ।

ତେବେ କଂଗ୍ରେସ କର୍ମକର୍ତ୍ତାଙ୍କ କହିବାନୁସାରେ ପ୍ରଥମ ଦିନ ବୈଠକ ବିଳମ୍ବରେ ସରିବା ହେତୁ ସେମାନଙ୍କୁ ଭୋକରେ ରହିବାକୁ ପଡିଥିଲା । ତେଣୁ ଦ୍ୱିତୀୟ ଦିନରେ ଭୋଜନର ସେମାନେ ନିଜେ ବନ୍ଦୋବସ୍ତ କରିଥିଲେ । ଘରୁ ନିଜ ସହିତ ଖାଦ୍ୟ ପ୍ରସ୍ତୁତ କରି ସାଥୀରେ ନେଇ ଆସିଥିଲେ ।

ପ୍ରିୟଙ୍କା ରାଜନୀତିରେ ପାଦ ଦେବା ପରେ ସମ୍ପୂର୍ଣ୍ଣ ରାଜେନୈତିକ ପାଣିପାଗରେ ପରିବର୍ତ୍ତନ ହୋଇଯାଇଛି । କଂଗ୍ରେସର ଆତ୍ମବିଶ୍ୱାସ ଦୃଢ ହେବା ସହ ଏହାର କର୍ମୀ ଉତ୍ସାହିତ ଅଛନ୍ତି । ସୂଚନାଯୋଗ୍ୟ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶର ପୂର୍ବ-ପଶ୍ଚିମ ଦାୟିତ୍ୱ ମିଳିଛି ।

ABOUT THE AUTHOR

...view details