ଓଡିଶା

odisha

ETV Bharat / bharat

ଆରବିଆଇ ଛାଟ, ସମସ୍ତ ପ୍ରକାର ମୁଦ୍ରାକୁ ଗ୍ରହଣ କରିବେ ବ୍ୟାଙ୍କ - continue

ଏଥର ସମସ୍ତ ପ୍ରକାର ମୁଦ୍ରାକୁ ଗ୍ରହଣ କରିବ ବ୍ୟାଙ୍କ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ତେବେ ବିଭିନ୍ନ ବ୍ୟାଙ୍କ ଶାଖାରୁ ମୁଦ୍ରା ଗ୍ରହଣ ନକରିବା ବିଷୟରେ ଅଭିଯୋଗ ପାଇବା ପରେ ବୁଧବାର ଆରବିଆଇ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରିଛି ।

ପ୍ରତିକାତ୍ମକ ଫଟୋ

By

Published : Jun 27, 2019, 8:23 AM IST

Updated : Jun 27, 2019, 11:48 AM IST

ନୂଆଦିଲ୍ଲୀ: ସମସ୍ତ ବ୍ୟାଙ୍କୁ ଆରବିଆଇର ଛାଟ । ଏଥର ସବୁ ପ୍ରକାର ମୁଦ୍ରାକୁ ଗ୍ରହଣ କରିବ ବ୍ୟାଙ୍କ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ତେବେ ପୂର୍ବରୁ ପ୍ରଚଳିତ ହୋଇଆସୁଥିବା ସମସ୍ତ ଖୁଚୁରା ମୁଦ୍ରାର ବୈଧତା ରହିଛି । ଯେପରିକି 1, 2, 5 ଓ 10 ଟଙ୍କିଆ ମୁଦ୍ରା।

ଏସବୁର ଆକାର,ଡିଜାଇନ ଓ ଥିମରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହାକୁ ସବୁ ସ୍ଥାନରେ ବିନା କୌଣସି ଦ୍ୱନ୍ଦରେ ପ୍ରଚଳିତ କରାଯାଇପାରିବ ବୋଲି ଆରବିଆଇ କହିଛି । ତେଣୁ ସାଧାରଣ ଜନତା ଏସବୁ ବିଷୟରେ ଗୁଜବ ନଖେଳାଇବାକୁ ବ୍ୟାଙ୍କ ଅନୁରୋଧ କରିଛି ।

ଖବର ଅନୁଯାୟୀ, ବିଭିନ୍ନ ବ୍ୟାଙ୍କ ଶାଖାରୁ ମୁଦ୍ରା ଗ୍ରହଣ ନକରିବା ବିଷୟରେ ଅଭିଯୋଗ ପାଇବା ପରେ ବୁଧବାର ଆରବିଆଇ ଏହି ବିଜ୍ଞପ୍ତି ପ୍ରକାଶ କରିଛି । ତେବେ ସମସ୍ତ ବ୍ୟାଙ୍କ ଏହି ଘଟଣାକୁ ଗୁରୁତର ସହ ନେବା ସହ ପ୍ରଚଳିତ ମୁଦ୍ରାର ନେଣଦେଣରେ ସାହାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।

Last Updated : Jun 27, 2019, 11:48 AM IST

ABOUT THE AUTHOR

...view details