ଓଡିଶା

odisha

ETV Bharat / bharat

ସିରିଏଲ ଓ ଲାଇଭ ଷ୍ଟ୍ରିମିଂକୁ ସେନସର ଅନ୍ତର୍ଭୁକ୍ତ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ବିହାର ସିଏମ - CM Nitish wrote to PM Modi

ଟିଭି ସିରିଏଲ ଓ ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ଅଶ୍ଳୀଳତାର ପ୍ରସାର କାରଣରୁ ମହିଳା ଓ ଶିଶୁ ମାନଙ୍କ ଉଫରେ ଖରାପ ପ୍ରଭାବ ପଡୁଛି । ଯେଉଁଥିପାଇଁ ମହିଳା ମାନେ ଘରୋଇ ହିଂସାର ଶୀକାର ହେଉଛନ୍ତି । ଅଧିକ ପଢନ୍ତୁ..

ସିରିଏଲ ଓ ଲାଇଭଷ୍ଟ୍ରିମିଂକୁ ସେନସର ଅନ୍ତର୍ଭୁକ୍ତ କରିବାକୁ ମୋଦିଙ୍କୁ ଚିଠି ଲେଖିଲେ ବିହାର ସିଏମ
ସିରିଏଲ ଓ ଲାଇଭଷ୍ଟ୍ରିମିଂକୁ ସେନସର ଅନ୍ତର୍ଭୁକ୍ତ କରିବାକୁ ମୋଦିଙ୍କୁ ଚିଠି ଲେଖିଲେ ବିହାର ସିଏମ

By

Published : Jun 22, 2020, 9:17 PM IST

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ବିହାର ମୁଖ୍ୟମନ୍ତ୍ରୀ ୱେବ ସିରିଜ, ଲାଇଭ ଷ୍ଟ୍ରିମିଂ ଏବଂ ଟିଭି ସିରିଏଲ ମାଧ୍ୟମରେ ଅଶ୍ଳୀଳତାର ପ୍ରସାରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏଥିସହ ଦେଶର ମହିଳା ଓ ଶିଶୁଙ୍କ ଉପରେ ଏହାର ପ୍ରଭାବ ସମ୍ପର୍କରେ ନୀତିଶ କୁମାର ଟିଭିରେ ପ୍ରସାରିତ ସିରିଏଲ ଏବଂ ଲାଇଭ ଷ୍ଟ୍ରିମିଂ ସେବାକୁ ମଧ୍ୟ ସେନସର ଅଧୀନରେ ଆଣିବାକୁ ପିଏମଙ୍କୁ ନିବେଦନ କରିଛନ୍ତି ।

ସିରିଏଲ ଓ ଲାଇଭଷ୍ଟ୍ରିମିଂକୁ ସେନସର ଅନ୍ତର୍ଭୁକ୍ତ କରିବାକୁ ମୋଦିଙ୍କୁ ଚିଠି ଲେଖିଲେ ବିହାର ସିଏମ

ସେ କହିଛନ୍ତି ଯେ, ଏଭଳି କାର୍ଯ୍ୟକ୍ରମରେ ଅଶ୍ଳୀଳ ତଥା ହିଂସାତ୍ମକ ଚିତ୍ରଣ ହେତୁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ନୀତିଶ କୁମାର କହିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ଜନସାଧାରଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବାରୁ ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ଘଟୁଛି।

ସରକାରୀ ପ୍ରକାଶନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ, ଷ୍ଟ୍ରିମିଂ ସେବା ସମ୍ବନ୍ଧରେ କୌଣସି ସ୍ପଷ୍ଟ ନିୟମ ନାହିଁ । ସିଏମ କହିଛନ୍ତି ଯେ ସେନସରସିପ ବିନା 'ଅନୁପଯୁକ୍ତ' ସାମଗ୍ରୀର ଉପଲବ୍ଧତା 'ଗ୍ରହଣୀୟ ନୁହେଁ' । ଷ୍ଟ୍ରିମିଂ ପ୍ଲାଟଫର୍ମ ମାଧ୍ୟମରେ ପ୍ରସାରିତ କାର୍ଯ୍ୟକ୍ରମ ଗୁଡିକୁ ସିନେମାଟୋଗ୍ରାଫ ଆକ୍ଟ, 1952 ଅନୁସାରେ ପ୍ରମାଣପତ୍ର ଅଧୀନରେ ଆଣିବାକୁ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ସୂଚାନମୁତାବକ, ନୀତିଶ କୁମାର ବର୍ଷେ ପୂର୍ବରୁ ମଧ୍ୟ ଏହି ବିଷୟରେ ଏକ ଚିଠି ଲେଖିଥିଲେ। ସେ କହିଛନ୍ତି ଯେ ସେନସର ବିନା ଲୋକମାନେ ଅଶ୍ଳୀଳ, ହିଂସାତ୍ମକ ଏବଂ ଭୁଲ ବିଷୟବସ୍ତୁ ଦେଖୁଛନ୍ତି । ଏହିପରି ବିଷୟବସ୍ତୁ ଦର୍ଶକଙ୍କ ମନରେ ବହୁତ ଖରାପ ପ୍ରଭାବ ପକାଇଥାଏ ।

ABOUT THE AUTHOR

...view details