ଏହା ଏକ କାପୁରୁଷ କାମ । ଶହୀଦ ହୋଇଥିବା ସମସ୍ତ ଯବାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇ ଟ୍ବିଟ କରିଥିଲେ ନବୀନ । ଏହି ଦୁଃଖଦ ସମୟରେ ସମଗ୍ର ଦେଶବାସୀ କାନ୍ଧକୁ କାନ୍ଧ ମିଶାଇ ଠିଆ ହେବା ପାଇଁ ନିବେଦନ କରିଛନ୍ତି ସେ ।
'ଉଚିତ ଜବାବ ଦିଅନ୍ତୁ ପ୍ରଧାନମନ୍ତ୍ରୀ'
ମୁମ୍ବାଇ: ପୁଲୱାମା ଆକ୍ରମଣରେ ଥରି ଉଠିଛି ଦେଶ । ସବୁଠାରୁ ବଡ ଆକ୍ରମଣରେ ଲିଭି ଯାଇଛି 44 ଯବାନଙ୍କ ଜୀବନ ଦ୍ବୀପ । ଆଉ ଏହି ଘଟଣାରେ ଶହୀଦ ଯବାନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଘଟଣାରେ ଉଚିତ ଜବାବ ଦେବା ପାଇଁ ମୋଦି ସରକାରଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ପୁଲଓ୍ବାମା ଆକ୍ରମଣରେ ଶହୀଦ ଯବାନଙ୍କ ପ୍ରତି ଗଭୀର ଭାବେ ଦୁଃଖିତ । ଆତଙ୍କବାଦୀ ଆକ୍ରମଣକୁ ଦୃଢ ଭାବେ ସେ ନିନ୍ଦା କରିଛନ୍ତି ।
ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
ଆଜି ଜମ୍ମୁ କାଶ୍ମୀର ପୁଲଓ୍ବାମାରେ ହୋଇଛି ଦେଶର ବଡ ଆତ୍ମଘାତୀ ଆକ୍ରମଣ । 44 ସିଆରପିଏଫ୍ ଯବାନ ଆକ୍ରମଣରେ ଶହୀଦ ହୋଇଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପ୍ରତିକ୍ରିୟା ଆସିଛି । ଏହା ସହିତ ଦେଶର ଅନେକ ଟପ ନେତା ଏହି ଆକ୍ରମଣକୁ ନିନ୍ଦା କରିବା ସହିତ ଯବାନଙ୍କ ପ୍ରତି ରକ୍ତ ବିନ୍ଦୁର ପ୍ରତିଶୋଧ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।