ଓଡିଶା

odisha

ETV Bharat / bharat

ଡାକ୍ତରଙ୍କୁ ମିଳିଲା ସାର୍ଟିଫିକେଟ, କର୍ମଚାରୀଙ୍କୁ ଛିଣ୍ଡା ପିପିଇ କିଟ୍

ବଡ-ଛୋଟ ମଧ୍ୟରେ ପାର୍ଥକ୍ୟ ବିଷୟରେ ଆପଣ ନିଶ୍ଚୟ ଭାବେ ଶୁଣିଥିବେ । ଏହା ସମ୍ଭବ ଯେ ଆପଣ ହୁଏତ ଏହାକୁ ଜୀବନରେ ଥରେ ଦେଖିଥିବେ କିମ୍ବା ଅଜ୍ଞାତରେ ଏହାର ଏକ ଅଂଶ ହୋଇଥିବେ । ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପୁଣି ଥରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଡାକ୍ତରଙ୍କୁ ମିଳିଲା କୃତଜ୍ଞତାପତ୍ର, କର୍ମଚାରୀଙ୍କୁ ଛିଣ୍ଡା ପିପିଇ କିଟ୍
ଡାକ୍ତରଙ୍କୁ ମିଳିଲା କୃତଜ୍ଞତାପତ୍ର, କର୍ମଚାରୀଙ୍କୁ ଛିଣ୍ଡା ପିପିଇ କିଟ୍

By

Published : Jul 7, 2020, 6:05 PM IST

ନୂଆଦିଲ୍ଲୀ: ବଡ-ଛୋଟ ମଧ୍ୟରେ ପାର୍ଥକ୍ୟ ବିଷୟରେ ଆପଣ ନିଶ୍ଚୟ ଭାବେ ଶୁଣିଥିବେ । ଏହା ସମ୍ଭବ ଯେ ଆପଣ ହୁଏତ ଏହାକୁ ଜୀବନରେ ଥରେ ଦେଖିଥିବେ କିମ୍ବା ଅଜ୍ଞାତରେ ଏହାର ଏକ ଅଂଶ ହୋଇଥିବେ । ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପୁଣି ଥରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ବିଶେଷ କଥା ହେଉଛି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜେ ମଧ୍ୟ ଅଜାଣତରେ ଏହାର ଅଂଶ ହୋଇଥିଲେ।

ଡାକ୍ତରଙ୍କୁ ମିଳିଲା ସାର୍ଟିଫିକେଟ, କର୍ମଚାରୀଙ୍କୁ ଛିଣ୍ଡା ପିପିଇ କିଟ୍

ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲ କୋଭିଡ ଉତ୍ସର୍ଗୀକୃତ ହସ୍ପିଟାଲ ହେବା ଦିନଠାରୁ ଏଠାରେ ଡାକ୍ତର, ନର୍ସିଂ କର୍ମଚାରୀ ଓ ଅନ୍ୟ କର୍ମଚାରୀ ଦିନରାତି କୋଭିଡ୍ ରୋଗୀଙ୍କ ସେବା କରିଆସୁଛନ୍ତି। ଅନେକ ଡାକ୍ତର 3 ମାସ ପର୍ଯ୍ୟନ୍ତ ନିଜ ଘରକୁ ମଧ୍ୟ ଯାଇ ନାହାଁନ୍ତି । ଡାକ୍ତରଖାନାକୁ ନିଜର ଘର କରିନେଇଛନ୍ତି। ବୋଧହୁଏ ଏହି କାରଣ ଯୋଗୁ ହସ୍ପିଟାଲରେ ରୋଗୀଙ୍କ ସୁସ୍ଥ ହାର 76 ପ୍ରତିଶତରୁ ଅଧିକ ହୋଇଯାଇଛି ।

ଡାକ୍ତରଙ୍କୁ ମିଳିଲା କୃତଜ୍ଞତାପତ୍ର, କର୍ମଚାରୀଙ୍କୁ ଛିଣ୍ଡା ପିପିଇ କିଟ୍

ଯେକୌଣସି ରୋଗୀ ବି ଏହି ଡାକ୍ତରଖାନାରୁ ଡିସଚାର୍ଜ ହେଉଛି, ସେ ଏହି ଡାକ୍ତରଖାନାର ପ୍ରସଂଶା ହିଁ କରୁଛି । ଏହାକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ରାଜୀବ ଗାନ୍ଧୀ ଡାକ୍ତରଖାନାର ସମସ୍ତ ଡାକ୍ତରଙ୍କୁ କୃତଜ୍ଞତା ପ୍ରମାଣପତ୍ର ବଣ୍ଟନ କରିଛନ୍ତି।

ଯେଉଁଠି ଡାକ୍ତରଙ୍କୁ କୃତଜ୍ଞତା ପତ୍ର ମିଳୁଥିଲା ସେଇଠି ସ୍ବାସ୍ଥ୍ୟକର୍ମଚାରୀ, ନର୍ସ ଛିଣ୍ଡା ପିପିଇ କିଟ୍ ପିନ୍ଧି ବୁଲୁଥିଲେ । ଡାକ୍ତରଙ୍କ ସହ ନର୍ସ ଓ କର୍ମଚାରୀ ମାନେ ମଧ୍ୟ ରୋଗୀଙ୍କ ସମ୍ପର୍କରେ ଆସିଥାନ୍ତି । ସେମାନଙ୍କୁ ଛିଣ୍ଡା, ଫଟା ପିପିଇ କିଟ୍ ଏଥିପାଇଁ ଦିଆଯାଇଛି କାରଣ ମୁଖ୍ୟମନ୍ତ୍ରୀ ଆସିବେ । ଯଦି ରାଜଧାନୀର ବଡ ହସ୍ପିଟାଲରେ ଏଭଳି ଅବହେଳାର ଚିତ୍ର ଦେଖିବାକୁ ମିଳୁଛି ତେବେ ଅନ୍ୟ ହସ୍ପିଟାଲରେ ଏହାର ଚିତ୍ର କେତେ ଦୟନୀୟ ହୋଇଥିବା ଏହାର ଅନୁମାନ ଲଗାଇବା ଅସମ୍ଭବ ।

ABOUT THE AUTHOR

...view details