ହାଇଦ୍ରାବାଦ: ତେଲେଙ୍ଗାନାରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାରି ଦିନ ତଳେ ହୋଇଥିବା କ୍ଷୟକ୍ଷତିର ଚିହ୍ନ ଏବେସୁଦ୍ଧା ଲିଭିନଥିବା ବେଳେ ଶନିବାର ପୁଣି ହୋଇଥିଲା ବାଦଲ ଫଟା ବର୍ଷା । ଏହା ଯୋଗୁଁ ଅନେକ ସ୍ଥାନ ପୁଣି ଜଳ ଘେରରେ ରହିଥିବା ଦେଖିବାକୁ ମିଳିଛି । ବର୍ଷା ଓ ବନ୍ୟା ପୀଡିତଙ୍କ ପାଇଁ 550 କୋଟିର ଉଦ୍ଧାର ସହୟତା ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର ।
ତେଲେଙ୍ଗାନା ବନ୍ୟାରେ ଯେଉଁମାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ସେମାନଙ୍କୁ 1 ଲକ୍ଷ ଟଙ୍କା ଓ ଯେଉଁମାନଙ୍କ ଘରକୁ ଆଂଶିକ କ୍ଷତି ପହଞ୍ଚିଛି, ସେମାନଙ୍କୁ 50 ହଜାର ସହାୟତା ଅର୍ଥ ଯୋଗାଇଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ତଳିଆ ଅଞ୍ଚଳର ପ୍ରତ୍ୟେକ ବନ୍ୟା ପୀଡିତଙ୍କ 10 ଟଙ୍କା ସହାୟତା ଅର୍ଥ ପାଇବେ ବୋଲି କୁହାଯାଇଛି ।
ଗତ 100 ବର୍ଷ ମଧ୍ୟରେ ତେଲେଙ୍ଗାନାରେ ଏପରି ବର୍ଷା ବିତ୍ପାତ ଦେଖିବାକୁ ମିଳିନଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର । ଏହାପୂର୍ବରୁ ତେବେ ବନ୍ୟା ଯୋଗୁଁ ତେଲେଙ୍ଗାନା ଓ ରାଜଧାନୀ ହାଇଦ୍ରାବାଦରେ ପାଖାପାଖି 5 ହଜାର କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ।