ରାଞ୍ଚି:ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇ-ମେଲ ଜରିିଆରେ ହତ୍ୟା ଧମକ ମିଳିଛି । ମେଲ୍ ପଠାଇଥିବା ବ୍ୟକ୍ତି ହେମନ୍ତ ସୋରେନଙ୍କୁ ହତ୍ୟା ଧମକ ଦେଇ ଲେଖିଛନ୍ତି, ‘ସିଏମ ଯାହା ହେଉଛି ଭଲ ହେଉନାହିଁ । ଏଥିପାଇଁ ଆପଣଙ୍କୁ ହତ୍ୟା କରାଯିବ ।’
ସିଆଇଡି ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆସିଥିବା ମେଲ ଡିସପୋଜାଲ ଅଟେ । ଏହି ମେଲ କେବଳ ହେମନ୍ତ ସୋରେନ ଏବଂ ପଠାଇଥିବା ବ୍ୟକ୍ତି ଦେଖିପାରିବେ ।