ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ଓଲଟା ଗଙ୍ଗା ବହୁଥିବା କହିଲେ ଗେହଲଟ - ରାଜସ୍ଥାନ ରାଜନୀତି

ରାଜ୍ୟପାଳଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ଯେ ଜନସାଧାରଣଙ୍କୁ ରାଜ୍ୟପାଳଙ୍କ ନିଷ୍ପତ୍ତିର ଅପେକ୍ଷା ରହିଛି । ଅନ୍ୟପକ୍ଷେ ରାଜସ୍ଥାନରେ ଓଲଟା ଗଙ୍ଗା ବହୁଥିବା ସେ କହିଛନ୍ତି । ଅଧିକ ପଢନ୍ତୁ...

ରାଜସ୍ଥାନରେ ଓଲଟା ଗଙ୍ଗା ବହୁଥିବା କହିଲେ ଗେହଲଟ
ରାଜସ୍ଥାନରେ ଓଲଟା ଗଙ୍ଗା ବହୁଥିବା କହିଲେ ଗେହଲଟ

By

Published : Jul 24, 2020, 7:26 PM IST

ଜୟପୁର: ରାଜସ୍ଥାନ ହାଇକୋର୍ଟରୁ ସଚିନ ପାଇଲଟଙ୍କ ଗୋଷ୍ଠୀକୁ ଆଶ୍ବସ୍ତି ମିଳିବା ପରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ କ୍ୟାମ୍ପରେ ହଲଚଲ ଆରମ୍ଭ ହୋଇଯାଇଛି । ସମସ୍ତ ବିଧାୟକଙ୍କୁ ନେଇ ଗେହଲଟ ରାଜଭବନରେ ପହଞ୍ଚି ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ଶିଘ୍ର ବିଧାନସଭା ଅଧିବେଶନ ଡକାଇବାକୁ ଦାବି କରି ରାଜଭାବନ ପରିସରରେ ଧାରଣା ଦେଇଛନ୍ତି ଗେହଲଟଙ୍କ ସମର୍ଥକ ବିଧାୟକ । ରାଜ୍ୟପାଳଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କୁ ରାଜ୍ୟପାଳଙ୍କ ନିଷ୍ପତ୍ତିର ଅପେକ୍ଷା ରହିଛି । ଅନ୍ୟପକ୍ଷେ ରାଜସ୍ଥାନରେ ଓଲଟା ଗଙ୍ଗା ବହୁଥିବା ସେ କହିଛନ୍ତି ।

ରାଜସ୍ଥାନରେ ଓଲଟା ଗଙ୍ଗା ବହୁଥିବା କହିଲେ ଗେହଲଟ

ରାଜସ୍ଥାନ ରାଜନୈତିକ ସଂଗ୍ରାମ ଏବେ ନୂଆ ମୋଡ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦର ପ୍ରାଚୀର ଛିଡା କରିଦେଇଛି । ରାଜ୍ୟପାଳ ଚାପରେ ରହିଥିବା କହିଛନ୍ତି ଗେହଲଟ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପିର ହାଇକମାନଙ୍କ ଚାପ ବିନା ରାଜ୍ୟପାଳ କେବେ ବି ବିଧାନସଭା ଅଧିବେଶନ ଅଟକାଇପାରିନଥାନ୍ତେ । ଆମେ ତାଙ୍କୁ ପୂନର୍ବାର ଅନୁରୋଧ କରିଛୁ । ରାଜସ୍ଥାନର ଜନସାଧାରଣ ରାଜ୍ୟପାଳଙ୍କ ନିଷ୍ପତ୍ତି ଅପେକ୍ଷାରେ ଅଛନ୍ତି ।

ଗେହଲଟ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ନିଶ୍ଚିତ ଅଛୁ କି ରାଜ୍ୟପାଳ କାହାରି ଚାପରେ ଆସିବେନି । ସେ ଆମ ଦାବିର ନିର୍ଣ୍ଣୟ ନେବେ । ବିଧାନସଭା ଅଧିବେଶନ ଶିଘ୍ର ଆରମ୍ଭ ହେଉ, ଏନେଇ ରାଜଭାବନ ପରିସରରେ ଧାରଣାରେ ବସିଥିବା ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details