ଜୟପୁର:କୋରୋନା ମହାମାରୀ ସମୟରେ ଗୋଟିଏ ମାସ ପର୍ଯ୍ୟନ୍ତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କୌଣସି ବ୍ୟକ୍ତିଙ୍କୁ ଭେଟିବେ ନାହିଁ । ଏହି ସମୟରେ ସେ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହିଁ ସମସ୍ତ ବୈଠକ କରିବା ସହ ରାଜ୍ୟ ଶାସନ କଥା ମଧ୍ୟ ବୁଝିବେ ।
ଡାକ୍ତରଙ୍କ ପରାମର୍ଶ ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ କୋରୋନା ମହାମାରୀକୁ ରୋକିବା ପାଇଁ ହେଲେ ସମସ୍ତଙ୍କ ଭାଗିଦାରୀ ଆବଶ୍ୟକ ରହିଛି । ଆକ୍ରାନ୍ତ ନହେବା ପାଇଁ ସାମାଜିକ ଦୂରତା ଓ ସ୍ବାସ୍ଥ୍ୟଗତ ପ୍ରୋଟକଲ ମାନିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ।