ଓଡିଶା

odisha

ETV Bharat / bharat

ଶହୀଦ ପରିବାରଙ୍କୁ 50 ଲକ୍ଷ ଟଙ୍କାର ସହାୟତା ଦେବ ରାଜସ୍ଥାନ ସରକାର

ଶହୀଦଙ୍କ ପରିବାରଙ୍କୁ 50 ଲକ୍ଷ ଲେଖାଏଁ ସହାୟତା । ଏହି ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ପୁଲୱାମା ଆକ୍ରମଣକୁ କଡାଭାଷାରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

By

Published : Feb 16, 2019, 1:25 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଜୟପୁର: ପୁଲୱାମା ଆତଙ୍କୀ ହମଲାରେ ଶହୀଦ ହୋଇଛନ୍ତି 46 ଯବାନ । ଏମାନଙ୍କ ଭିତରେ ରହିଛନ୍ତି ରାଜସ୍ଥାନର 5 ଯବାନ । ଶହୀଦଙ୍କ ପରିବାର ବର୍ଗଙ୍କୁ 50 ଲକ୍ଷ ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ଏଥିସହ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ଦେଶର ବୀର ଯବାନ ଦେଶମାତୃକାର ରକ୍ଷା ପାଇଁ ଜୀବନ ଦେଇଛନ୍ତି । ରାଜସ୍ଥାନ ସରକାର ଏହି ଘଡିସନ୍ଧି ମୂହୁର୍ତ୍ତରେ ଶହୀଦଙ୍କ ପରିବାର ସହ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶହୀଦଙ୍କ ପରିବାର ବର୍ଗଙ୍କୁ 50 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି କିମ୍ବା 25 ଲକ୍ଷ ନଗଦ ଟଙ୍କା ଏବଂ ଇନ୍ଦିରା ଗାନ୍ଧୀ ନଗର ପରିଯୋଜନାରେ ଆବଶ୍ୟକ ଜମି ଯୋଗାଇ ଦିଆଯିବ । ସେହିପରି ଶହୀଦଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ, ଛୋଟପିଲାଙ୍କ ପାଠପଢା ପାଇଁ ଛାତ୍ରବୃର୍ତ୍ତି ଦିଆଯିବ ବୋଲି ଗେହଲଟ କହିଛନ୍ତି ।

କେବଳ ସେତିକି ନୁହେଁ, କୃଷିକ୍ଷେତ୍ରରେ ବିଜୁଳି ବ୍ୟବସ୍ଥା, ପରିବାର ସଦସ୍ୟଙ୍କୁ ନିଶୁଳ୍କ ବସ ଯାତ୍ରାର ସୁବିଧା ପ୍ରଦାନ କରାଯିବ । ସ୍କୁଲ, ଡାକ୍ତରଖାନା ଏବଂ ସାର୍ବଜନୀନ ସ୍ଥାନ ଶହୀଦଙ୍କ ନାଁରେ ନାମକରଣ କରିବାକୁ ରାଜସ୍ଥାନ ସରକାର ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details