ଓଡିଶା

odisha

ETV Bharat / bharat

ଦିଲ୍ଲୀ ଦୁଷ୍କର୍ମ ମାମଲାରେ ତେଜିଲା ରାଜନୀତି, ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ବିରୋଧ

ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏମ୍ସ ପହଞ୍ଚିଥିଲେ । ଏହି ସମୟରେ କେଜ୍ରିୱାଲଙ୍କୁ ତୀବ୍ର ବିରୋଧ କରିଛି କଂଗ୍ରେସ।

ଦିଲ୍ଲୀ ଦୁଷ୍କର୍ମ ମାମଲା
ଦିଲ୍ଲୀ ଦୁଷ୍କର୍ମ ମାମଲା

By

Published : Aug 6, 2020, 7:13 PM IST

ନୂଆଦିଲ୍ଲୀ : ଦିଲ୍ଲୀରେ 12 ବର୍ଷିୟା ନାବାଳିକା ସହ ହୋଇଥିବା ଦୁଷ୍କର୍ମ ଘଟଣାରେ ରାଜନୀତି ଜୋର ଧରିଛି । ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏମ୍ସ ପହଞ୍ଚିଥିଲେ । ଏହି ସମୟରେ କଂଗ୍ରେସ କେଜ୍ରିୱାଲଙ୍କୁ ତୀବ୍ର ବିରୋଧ କରିଛି । କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ମଧ୍ୟ ଦେଖାଇଛନ୍ତି ।

ଦିଲ୍ଲୀ ଦୁଷ୍କର୍ମ ମାମଲା

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗୁରୁବାର ଏମ୍ସ ପହଞ୍ଚି ପୀଡିତାଙ୍କ ପରିବାରକୁ ଭେଟିଥିଲେ । ଯେଉଁଠି ପୀଡିତା ଚିକିତ୍ସାଧୀନ ଅଛନ୍ତି । ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ହାଲଚାଲ ବୁଝିବା ସହ ତାଙ୍କ ପରିବାର ପାଇଁ ସହାୟତା ମଧ୍ୟ ଘୋଷଣା କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବରୁ ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ ଚୌଧୁରୀ ପୀଡିତାଙ୍କ ଅବସ୍ଥା ଜାଣିବା ପାଇଁ ଏମ୍ସ ପହଞ୍ଚିଥିଲେ। ପୀଡିତାଙ୍କ ପିତାଙ୍କୁ ଭେଟିବା ପରେ ଅନିଲ ଚୌଧୁରୀ ଗଣମାଧ୍ୟମକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ କାର ଏମ୍ସ କ୍ୟାମ୍ପସରେ ପ୍ରବେଶ କରିଥିଲା ​​ଏବଂ କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ। କଂଗ୍ରେସ କର୍ମୀମାନେ ବ୍ୟାରିକେଡକୁ ଡେଇଁପଡି ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଥିଲେ ଏବଂ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।

ମହିଳାଙ୍କ ପାଇଁ ଦିଲ୍ଲୀ ସୁରକ୍ଷିତ ସ୍ଥାନ ନୁହେଁ ବୋଲି ସେମାନେ କହିଛନ୍ତି । ଅରବିନ୍ଦ କେଜ୍ରିୱାଲ ମହିଳାଙ୍କ ସୁରକ୍ଷା ପ୍ରତିଜ୍ଞା କରି କ୍ଷମତାକୁ ଆସିଛନ୍ତି, କିନ୍ତୁ ଆଜି ଛୋଟ ଶିଶୁମଧ୍ୟ ଦିଲ୍ଲୀରେ ସୁରକ୍ଷିତ ନୁହଁନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details