ଓଡିଶା

odisha

ETV Bharat / bharat

ଚୀନ ବିରୁଦ୍ଧରେ ଭାରତକୁ କଠୋର ପଦକ୍ଷେପ ନେବାର ସମୟ ଆସିଛି: ଅମରିନ୍ଦର ସିଂ

ସୋମବାର ପୂର୍ବ ଲଦାଖର ଗଲବାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷର ଭାରତର 2 ଜଣ ଯବାନ ଏବଂ ଜଣେ ଅଧିକାରୀ ଶହୀଦ ହୋଇଛନ୍ତି । ଏହି ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ....

cm amarinder singh says its time to take strict action against china
ଚୀନ ବିରୁଦ୍ଧରେ ଭାରତକୁ କଠୋର ପଦକ୍ଷେପ ନେବାର ସମୟ ଆସିଛି: ଅମରିନ୍ଦର ସିଂ

By

Published : Jun 16, 2020, 8:53 PM IST

ଚଣ୍ଡିଗଡ: ଦୀର୍ଘ ଦିନ ଧରି ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ବିବାଦ ଏବେ ହିଂସାତ୍ମକ ରୂପ ନେଇଛି । ସୋମବାର ରାତିରେ ଉଭୟ ଦେଶର ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିବା ବେଳେ ଏଥିରେ ଭାରତର 2 ଜଣ ଯବାନ ଓ ଜଣେ ଅଧିକାରୀ ଶହୀଦ ହୋଇଛନ୍ତି । ଏହି ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ଚୀନ ବିରୁଦ୍ଧରେ ଭାରତକୁ କଠୋର ପଦକ୍ଷେପ ନେବାର ସମୟ ଆସିଛି: ଅମରିନ୍ଦର ସିଂ

ସେ କହିଛନ୍ତି ଯେ, ବର୍ତ୍ତମାନ ସମୟ ଆସିଛି କେନ୍ଦ୍ର ଚୀନ ମାମଲାରେ କଠୋର ପଦକ୍ଷେପ ଗ୍ରହଣ କରୁ । କାରଣ ଆମର ଦୁର୍ବଳତାର ପ୍ରତ୍ୟେକ ସଙ୍କେତ ଚୀନର ପ୍ରତିକ୍ରିୟାକୁ ଅଧିକ ଆକ୍ରମଣାତ୍ମକ କରିଥାଏ ।

ଚୀନ ବିରୁଦ୍ଧରେ ଭାରତକୁ କଠୋର ପଦକ୍ଷେପ ନେବାର ସମୟ ଆସିଛି: ଅମରିନ୍ଦର ସିଂ

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଯେ, ଗଲବାନ ଘାଟିରେ ଯାହା ବି ଘଟୁଛି ତାହା ଚୀନର ଉଲ୍ଲଂଘନର ସମ୍ପ୍ରସାରଣ । ବର୍ତ୍ତମାନ ଦେଶ ଏମାନଙ୍କ ବିରୋଧରେ ଛିଡା ହେବାର ସମୟ ଆସିଛି । ଆମର ସେନା କୌଣସି ଖେଳର ଅଂଶ ନୁହଁନ୍ତି ଯେ କିଛି ଦିନ ବ୍ୟତିକ୍ରମରେ ସୀମା ସୁରକ୍ଷା କରୁଥିବାବେଳେ ଆହତ ଏବଂ ମୃତ୍ୟୁର ସାମନା କରୁଥିବେ ।

ବର୍ତ୍ତମାନ ଭାରତ ସରକାର ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ । ମୁଁ ଦେଶବାସୀଙ୍କ ସହ ସାହସୀ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଦେଶ ଏଭଳି ଏକ ଦୁଃଖର ସମୟରେ ଆପଣଙ୍କ ସହ ଛିଡା ହୋଇଛି ।

ସେନା ପକ୍ଷରୁ ମିଳିଥିବା ସୂଚନାନୁସାରେ, ସୋମବାର ପୂର୍ବ ଲଦାଖର ଗଲବାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷର ଭାରତର 2 ଜଣ ଯବାନ ଏବଂ ଜଣେ ଅଧିକାରୀ ସହିଦ ହୋଇଛନ୍ତି । ସେହିପରି ଚୀନର ମଧ୍ୟ ସେନା ଏଥିରେ ଆହତ ହୋଇଛନ୍ତି ଏବଂ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ ।

ABOUT THE AUTHOR

...view details