ଓଡିଶା

odisha

ETV Bharat / bharat

ଟଏଲେଟ୍ ଲିଡ୍ ସାଜିପାରେ କୋରୋନା ଭୂତାଣୁର ବାହକ !

ଲାଟେଷ୍ଟ ଖବର ଅନୁସାରେ ଟଏଲେଟ୍ ଦ୍ବାରା କୋଭିଡ 19 ବ୍ୟାପିବାର ଅନେକ ସମ୍ଭାବନା ରହିଛି । ଏହା ଉପରେ ଦ ୱାଶିଂଟନ୍ ପୋଷ୍ଟ ଏକ ସର୍ଭେ କରିଛି ଯେଉଁଥିରୁ ଏହି ତଥ୍ୟ ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ...

By

Published : Jun 22, 2020, 5:17 PM IST

ଟଏଲେଟ୍ ଲିଡ୍ ସାଜିପାରେ କୋରୋନା ଭୂତାଣୁର ବାହକ !
ଟଏଲେଟ୍ ଲିଡ୍ ସାଜିପାରେ କୋରୋନା ଭୂତାଣୁର ବାହକ !

ୱାଶିଂଟନ: କୋଭିଡ 19କୁ ନେଇ ପ୍ରତିଦିନ ନୂଆ ନୂଆ ଗବେଷଣା ହେବା ସହ ଅନେକ ଅଜଣା ତଥ୍ୟ ମିଳୁଛି । ଲାଟେଷ୍ଟ ଖବର ଅନୁସାରେ ଟଏଲେଟ୍ ଦ୍ବାରା କୋଭିଡ 19 ବ୍ୟାପିବାର ଅନେକ ସମ୍ଭାବନା ରହିଛି । ଏହା ଉପରେ ଦ ୱାଶିଂଟନ୍ ପୋଷ୍ଟ ଏକ ସର୍ଭେ କରିଛି ଯେଉଁଥିରୁ ଏହି ତଥ୍ୟ ସ୍ପଷ୍ଟ ହୋଇଛି ।

ଚୀନର ୟାଙ୍ଗଝୋଉ ୟୁନିଭର୍ସିଟିରେ ମଧ୍ୟ ଏହା ଉପରେ ଗବେଷଣା ହୋଇଥିଲା । ବିଶେଷ କରି ୱେଷ୍ଟର୍ଣ୍ଣ ଟଏଲେଟରେ ଏହି ସମସ୍ୟା ଅଧିକ ଦେଖାଯାଏ । ରିସର୍ଚ୍ଚରଙ୍କ ଅନୁସାରେ ଟଏଲେଟ୍ ଫ୍ଲସ୍ କରିବାବେଳେ ଏହାର ଉପର କଭର ଅବା ଲିଡ୍ ବନ୍ଦ ରଖନ୍ତୁ । କାରଣ ଫ୍ଲସ କରିବାବେଳେ ଉପରକୁ ଉଠିଆସୁଥିବା ପାଣିରେ କୋରୋନା ଭୂତାଣୁ ଆସିଥାଏ ଏବଂ ଏହା ଟଏଲେଟରେ ଲାଗି ରହିଯାଏ । ପରବର୍ତ୍ତୀ ସମୟରେ ଏହା ବାୟୁମଣ୍ଡଳରେ ଆରାମରେ ଆସି ଘୂରିବୁଲେ ଏବଂ ସଂକ୍ରମିତ କରିବାରେ ମୁଖ୍ୟ ଭୂମିକା ନେଇଥାଏ । ବାୟୁରେ ଏହା ଅନେକ ସମୟ ଯାଏଁ ରହିପାରେ ଯାହା ନିଶ୍ବାସ ଦ୍ବାରା ଶରୀର ଭିତରେ ପ୍ରବେଶ କରେ ।

ତେବେ ଏହା ଉପରେ ଏବେ ଯାଏଁ କୌଣସି ଚିକିତ୍ସିକ ଅବା ବିଶେଷଜ୍ଞ କୌଣସି ମତ ପ୍ରକାଶ କରିନାହାନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହି ଉପାୟରେ କୋରୋନା ସଂକ୍ରମଣ ନେଇ କୌଣସି ଉପଯୁକ୍ତ ତଥ୍ୟ ପ୍ରକାଶ କରିନାହିଁ । ହେଲେ ଏପରି ବିପଦ କୋଭିଡ ହସ୍ପିଟାଲମାନଙ୍କରେ ଅଧିକ ଦେଖାଯିବାର ସମ୍ଭାବନା ରହିଛି । କାରଣ ସେଠାରେ ବ୍ୟବହୃତ ଟଏଲେଟ୍ ବାରମ୍ବାର ସଫା ହେଉଥିଲେ ମଧ୍ୟ ଏପରି ଉପାୟରେ ସଫା କରାଯାଉନାହିଁ । ଲିଡ୍ ଖୋଲାଥିବାବେଳେ ସମସ୍ତେ ଫ୍ଲସ୍ ମାରିଦେଉଛନ୍ତି । ଘରେ ବା ହୋମ୍ କ୍ବାରେଣ୍ଟାଇନରେ ରହୁଥିବା ଲୋକଙ୍କ ପାଇଁ ଏହା ବିପଦ ନୁହେଁ । କିନ୍ତୁ ଯଦି ସେମାନଙ୍କଠାରେ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କ ପାଇଁ ଏକ ଟଏଲେଟ୍ ଖାଲି ଛାଡିଦେବା ଉଚିତ ହେବ ବୋଲି ରିସର୍ଚ୍ଚରମାନେ କହିଛନ୍ତି ।

ରିସର୍ଚ୍ଚରମାନେ କହିଛନ୍ତି ଯେ ଯଦି ଲିଡ୍ ଖୋଲା ରଖି ଫ୍ଲସ୍ କରିଛନ୍ତି ତେବେ ହାତ ଭଲ ଭାବେ ସଫା କରିନିଅନ୍ତୁ । ଲିଡ୍ ବନ୍ଦ କରିବା ଦ୍ବାରା ଉକ୍ତ ଜୀବାଣୁ ଉପରକୁ ଆସିପାରିନଥାନ୍ତି । ରିସର୍ଚ୍ଚରମାନେ ଏହି ବ୍ୟବସ୍ଥାକୁ ଟଏଲେଟ୍ ପ୍ଲୁମେ ନାମକରଣ କରିଛନ୍ତି । ଏହାଦ୍ବାରା ଟଏଲେଟରେ ରହିଯାଇଥିବା କିଛି ମଳ ଏହି ଭୂତାଣୁଙ୍କୁ ଉପରକୁ ପଠାଇଥାଏ । ଏମାନେ ଯେତେବେଳେ ଫ୍ଲସ୍ ହୁଏ ସେତେବେଳେ ପାଣିରେ ଉପରକୁ ଭାସି ଆସନ୍ତି । ଏହାପରେ ଲିଡ୍ ଖୋଲା ରହିଲେ ବାୟୁରେ ଧିରେ ଧିରେ ବାହାରକୁ ଆସି ଘୂରି ବୁଲନ୍ତି । ସେହିପରି ଟଏଲେଟ୍ ପାଖରେ ଥିବା କିଛି ସାମଗ୍ରୀରେ ମଧ୍ୟ ଏମାନେ ବସିଯାଆନ୍ତି । ୱେଷ୍ଟର୍ଣ୍ଣ ଟଏଲେଟରେ ମଧ୍ୟ ଏହି ଜୀବାଣୁ ଲାଗି ରହନ୍ତି । ପରବର୍ତ୍ତୀ ସମୟରେ ପୁଣି ଟଏଲେଟ୍ ଆସିଲେ ଶରୀର ଭିତରେ ପ୍ରବେଶ କରିବା ସହଜ ହୋଇଥାଏ ।

ରିସର୍ଚ୍ଚରମାନେ କହିଛନ୍ତି ଯେ ଟଏଲେଟ୍ ସ୍ବେଜ ଏବଂ ପବ୍ଲିକ୍ ବାଥରୁମ ଦ୍ବାରା ଏହି ଭୂତାଣୁ ସଂକ୍ରମଣର ଅନେକ ସମ୍ଭାବନା ରହିଥାଏ । ସେଥିପାଇଁ କ୍ବାରେଣ୍ଟାଇନରେ ଥିବା ଲୋକଙ୍କ ବାଥରୁମ୍ ଏବଂ ଟଏଲେଟ୍ ସବୁବେଳେ ସଫା ରଖିବା ନିହାତି ଆବଶ୍ୟକ । ଏଠାରେ ଭୂତାଣୁ ସହଜରେ ସଂକ୍ରମଣ ହୋଇଥାଏ । ପୂର୍ବରୁ ମାର୍ଚ୍ଚରେ ଏକ ଗବେଷଣାରେ ଏହା ସ୍ପଷ୍ଟ ହୋଇଥିଲା ଯେ ଆକ୍ରାନ୍ତ ଲୋକଙ୍କ ମଳରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ କୋରୋନା ଭୂତାଣୁ ରହିଥାଏ । ସେଥିପାଇଁ ସେମାନଙ୍କର ପୃଥକ ଟଏଲେଟ୍ ବ୍ୟବହାର ଆବଶ୍ୟକ । ଯଦିଚ ଏହି ଖବର ଉପରେ ନିର୍ଦ୍ଦିଷ୍ଟ ତଥ୍ୟ ଦେଇନାହାନ୍ତି କୌଣସି ସ୍ବାସ୍ଥ୍ୟଧିକାରୀ ତଥାପି ଏହାକୁ ନେଇ ସତର୍କ ରହିବାର ଅବଶ୍ୟକତା ଅଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଆଗାମୀ ଦିନରେ ଟଏଲେଟ୍ ସ୍ବେଜ ଉପରେ ଗବେଷଣା କରାଯିବା ପରେ ଏହା ଉପରେ ଏକ ନିର୍ଦ୍ଦିଷ୍ଟ ଫଳାଫଳ ପାଇହେବ ବୋଲି ରିସର୍ଚ୍ଚରମାନେ ମତ ଦେଇଛନ୍ତି ।

ABOUT THE AUTHOR

...view details