ଓଡିଶା

odisha

ETV Bharat / bharat

ସ୍ମୃତି ଇରାନୀଙ୍କ ସହଯୋଗୀଙ୍କୁ ହତ୍ୟା; ଗ୍ରାମରେ ଉତ୍ତେଜନା, ସନ୍ଦିଗ୍ଧ ଅଟକ

ପୂର୍ବତନ ମୁଖିଆ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଉତ୍ତରପ୍ରଦେଶ ପୋଲିସ୍‌ କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ନିଜ ହେପାଜତକୁ ନେବା ସହ ପଚରାଉଚରା ଜାରି ରଖିଛି । ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖାଯିବା ସହ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି ।

By

Published : May 26, 2019, 8:39 AM IST

Updated : May 26, 2019, 5:35 PM IST

ଫାଇଲ ଫଟୋ

ଲକ୍ଷ୍ନୌ: ଆମେଥିର ବରୈଲିଆ ଗ୍ରାମର ପୂର୍ବତନ ମୁଖିଆ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଉତ୍ତରପ୍ରଦେଶ ପୋଲିସ୍‌ କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ନିଜ ହେପାଜତକୁ ନେବା ସହ ପଚରାଉଚରା ଜାରି ରଖିଛି । ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖାଯିବା ସହ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ


ସୂଚନାଯୋଗ୍ୟ, ଗତକାଲି ରାତିରେ ସୁରେନ୍ଦ୍ର ସିଂହ ନିଜ ଘର ବାହାରେ ଶୋଇଥିବାବେଳେ କିଛି ଅଜ୍ଞାତ ବ୍ୟକ୍ତି ବାଇକରେ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲକ୍ଷ୍ନୌ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ଡାକ୍ତରଖାନା ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିବା ସହ ଏକ ମାମଲା ରୁଜୁ କରିବା ସହ କେତେଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ତୀବ୍ର ଉତ୍ତେଜନା ଦେଖାଯିବାରୁ ଘଟଣାସ୍ଥଳରେ ଫୋର୍ସ ମୁତୟନ ମୁତୟନ କରାଯାଇଛି ।

ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀଙ୍କ ପ୍ରଚାରରେ ସୁରେନ୍ଦ୍ର ସିଂହଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ସୁରେନ୍ଦ୍ର ସିଂହଙ୍କ ଯୋଗୁଁ ଆମେଥିର ଅଧିକାଂଶ ଲୋକ ସ୍ମୃତିଙ୍କୁ ଭୋଟ ମଧ୍ୟ ଦେଇଥିବା କୁହାଯାଉଛି । ସୁରେନ୍ଦ୍ର ମଧ୍ୟ ଚଳିତ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିଥିଲେ ।

Last Updated : May 26, 2019, 5:35 PM IST

For All Latest Updates

ABOUT THE AUTHOR

...view details