ନୂଆଦିଲ୍ଲୀ: ଦେଶର ପ୍ରମୁଖ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ଏୟାରପୋର୍ଟ ଓ ସପିଙ୍ଗ ମଲ ମାନଙ୍କରେ ଖୁବଶିଘ୍ର ମାଟି ପାତ୍ରରେ ଚା' ମିଳିବ । କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଓ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଏନେଇ ଏକ ଚିଠି ଲେଖାଯାଇଛି । ତେବେ ବାରଣାସୀ ଓ ରାୟବରେଲୀ ଷ୍ଟେସନରେ ମାଟି ପାତ୍ରରେ ଚା ଦିଆଯାଉଛି ।
ଏ ବିଷୟରେ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ଏ ସମ୍ବନ୍ଧରେ ସେ ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଏକ ଚିଠି ଲେଖିଛନ୍ତି ଆଉ 100ଟି ରେଳ ଷ୍ଟେସନ ଗୁଡିକରେ ମାଟି ପାତ୍ରରେ ଚା' ଦିଆଯିବାକୁ ଅନୁମତି ଦେବାକୁ କହିଛନ୍ତି । ଏହା ବ୍ୟତୀତ ଏୟାରପୋର୍ଟ ଓ ବସ ଡିପୋରେ ମଧ୍ୟ ଚା' ଦୋକାନ ମାନଙ୍କରେ ମାଟି ପାତ୍ରରେ ଚା ପରସିବାର ବ୍ୟବସ୍ଥା ବାଧ୍ୟତା କରିବାକୁ ସେ କହିଛନ୍ତି । ଏହାସହ ସପିଙ୍ଗ ମଲ ଗୁଡିକରେ ମଧ୍ୟ ଏହାର ବ୍ୟବହାର ହେବା ନେଇ ସେ କହିଛନ୍ତି ।