ଓଡିଶା

odisha

ETV Bharat / bharat

ମେ 4ରୁ ସିବିଏସଇ ବୋର୍ଡ ପରୀକ୍ଷା

By

Published : Dec 31, 2020, 6:21 PM IST

Updated : Dec 31, 2020, 7:08 PM IST

Class 10th & Class 12th CBSE board exams will start from May 4
ଦଶମ CBSE ବୋର୍ଡ ଓ ଦ୍ବାଦଶ ଶ୍ରେଣୀ ପାଇଁ ପରୀକ୍ଷା ତାରିଖ ଘୋଷିତ

18:18 December 31

ଦଶମ CBSE ବୋର୍ଡ ଓ ଦ୍ବାଦଶ ଶ୍ରେଣୀ ପାଇଁ ପରୀକ୍ଷା ତାରିଖ ଘୋଷିତ

ନୂଆଦିଲ୍ଲୀ: ଦଶମ CBSE ବୋର୍ଡ ଓ ଦ୍ବାଦଶ ଶ୍ରେଣୀ ପାଇଁ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ । ମେ 4 ତାରିଖରୁ ଏହି ପରୀକ୍ଷା  ଆରମ୍ଭ ହୋଇ ଜୁନ 10ରେ ଶେଷ ହେବ । ଏହାସହ ଜୁଲାଇ 15 ସୁଦ୍ଧା ସମସ୍ତ ପରୀକ୍ଷାଫଳ ପ୍ରକାଶ ପାଇବ। କୋରୋନା ମହାମାରୀ ଯୋଗୁଁ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଇଥିଲା। ଏଥିପାଇଁ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।  

ଖାଲି ସେତିକି ନୁହେଁ ଅନଲାଇନ ମାଧ୍ୟମରେ ଛାତ୍ରୀଛାତ୍ରୀଙ୍କ ପରୀକ୍ଷା ମଧ୍ୟ କରାଯାଇଛି। ତେବେ ଦଶମ CBSE ବୋର୍ଡ ଓ ଦ୍ବାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ମାର୍ଚ୍ଚ 1 ତାରିଖରୁ ଆରମ୍ଭ ହେବ। ବହୁଦିନ ଧରି ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ରହିଥିବାରୁ ସିବିଏସସି ପକ୍ଷରୁ 30 ପ୍ରତିଶତ ପାଠ୍ୟକ୍ରମ କମ କରାଯାଇଛି। ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ସହୟତା ଯୋଗାଇ ଦିଆଯିବ। ମହାମାରୀ କୋରୋନା କାଳରେ ଛାତ୍ରଛାତ୍ରୀଙ୍କ ଯୋଦ୍ଧାଙ୍କ ଭଳି ନିଜ ଶିକ୍ଷା ପ୍ରତି ଧ୍ୟାନ ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।  

ଏହାସହ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ନପକାଇବାକୁ ଅଭିଭାବକଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ। ଛାତ୍ରଛାତ୍ରୀଙ୍କ ଯେକୌଣସି ସମସ୍ୟା ସମାଧାନ ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି। ଚିନ୍ତିତ ନହୋଇ ପରୀକ୍ଷା ଦେବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 31, 2020, 7:08 PM IST

ABOUT THE AUTHOR

...view details