ଓଡିଶା

odisha

ETV Bharat / bharat

ଗଛ ଲଗାଇବାକୁ ନେଇ ତୁମୁଳକାଣ୍ଡ, ମହିଳା ବନ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ - forester

ଚାରା ରୋପଣକୁ ବିରୋଧ କରି ବନ ଅଧିକାରୀଙ୍କ ଉପରକୁ ସ୍ଥାନୀୟ ବାସିନ୍ଦା ମରଣାନ୍ତକ ଆକ୍ରମଣ କରିଛନ୍ତି । ଘଟଣା ଘଟିଛି ତେଲଙ୍ଗାନା ରାଜ୍ୟର କୁମରମଭିମ ଜିଲ୍ଲାରେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Jun 30, 2019, 3:05 PM IST

ହାଇଦ୍ରାବାଦ: ଚାରାରୋପଣକୁ ନେଇ ଦେଖାଦେଇଛି ତୁମୁଳକାଣ୍ଡ । ଘଟଣା ଘଟିଛି ତେଲଙ୍ଗାନା ରାଜ୍ୟର କୁମରମଭିମ ଜିଲ୍ଲାରେ । ଚାରା ରୋପଣକୁ ବିରୋଧ କରି ବନ ଅଧିକାରୀଙ୍କ ଉପରକୁ ସ୍ଥାନୀୟ ବାସିନ୍ଦା ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଜଣେ ମହିଳା ବନ କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମିଳିଥିବା ସୂଚନା ମୁତାବକ ଆଜି କୁମରମଭିମ ଜିଲ୍ଲାର ସିରପୁର କାଗଜନଗର ଥାନା ଅଧିନରେ ଥିବା କିଛି ଅଞ୍ଚଳରେ ହରିଥାହାରମ ଯୋଜନାରେ ବନୀକରଣ ପାଇଁ ବନ ଅଧିକାରୀମାନେ ଯାଇଥିଲେ । ଏହି ଟିମର ନେତୃତ୍ବ ନେଇଥିଲେ ବନ କର୍ମଚାରୀ ଅନିଥା ।

ତେବେ ଅନିଥା ଏବଂ ତାଙ୍କ ଟିମକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଆକ୍ରମଣ କରିଥିଲେ । ମରଣାନ୍ତକ ଆକ୍ରମଣରେ ଅନିଥା ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଥିବା ଜିଲ୍ଲା ପରିଷଦ ଥିବା କୋନେରୁ କ୍ରିଷ୍ଣା ନିଜ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

For All Latest Updates

ABOUT THE AUTHOR

...view details