ଓଡିଶା

odisha

ETV Bharat / bharat

ଅହମ୍ମଦାବାଦରେ ପ୍ରବାସୀ ଶ୍ରମିକଙ୍କ ପ୍ରତିବାଦ, ପୋଲିସର ଲୁହାବୁହା ଗ୍ୟାସ ପ୍ରୟୋଗ

ଘରକୁ ଫେରିବା ଆଶାରେ ଆଜି ଅହମ୍ମଦାବାଦର ଆଇଆଇଏମରେ ପ୍ରବାସୀ ଶ୍ରମିକ ପହଞ୍ଚିଥିଲେ।

By

Published : May 18, 2020, 1:30 PM IST

clash between migrants labours and police
ଅହମ୍ମଦାବାଦରେ ପ୍ରବାସୀ ଶ୍ରମିକଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଜିଠାରୁ ଆରମ୍ଭ ହୋଇଛି । ଏହାସହ ଶ୍ରମିକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । କୌଣସି ସ୍ଥାନରେ ଶ୍ରମିକମାନେ ଶହ ଶହ କିଲୋମିଟର ପାଦରେ ଯାତ୍ରା କରୁଛନ୍ତି ତ କେଉଁ ସ୍ଥାନରେ ସରକାର ସେମାନଙ୍କୁ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି । ତେବେ ଘରକୁ ଫେରିବା ଆଶାରେ ଆଜି ଅହମ୍ମଦାବାଦର ଆଇଆଇଏମରେ ପହଞ୍ଚିଥିଲେ।

ପ୍ରକାଶଥାଉକି, କେହି ଜଣେ ଶ୍ରମିକଙ୍କୁ କହିଥିଲେ ଯେ ବସ ଆଇଆଇଏମରୁ ଯାଉଛି। ଏହା ପରେ ଶ୍ରମିକମାନେ ଆଇଆଇଏମରେ ପହଞ୍ଚିଥିଲେ ମଧ୍ୟ ବସ ନଥିଲା। ଏହା ପରେ ଶ୍ରମିକମାନେ ରାଗିଯାଇ ପୋଲିସ ଉପରେ ଆକ୍ରମଣ କରିଥିଲେ। ଏହାପରେ ପୋଲିସ ବାଧ୍ୟ ହୋଇ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ ।

ଅନ୍ୟପକ୍ଷେ ବିହାରରର ବେଗୁସରାୟ କ୍ବାରେନଟାଇନ ସେଣ୍ଟରର ବ୍ୟବସ୍ଥାରେ ରାଗିଥିବା ପ୍ରବାସୀ ଶ୍ରମିକ ସେଣ୍ଟର ଭିତରେ ପ୍ରତିବାଦ କରିଥିଲେ । ଏହାପରେ ରାସ୍ତା ଅବରୋଧ କରିଥିଲେ । ଏହାସହ ପଥର ମାଡ ମଧ୍ୟ କରିଥିଲେ ।

For All Latest Updates

ABOUT THE AUTHOR

...view details