ଓଡିଶା

odisha

ETV Bharat / bharat

ରାଜ୍ୟସଭାରେ ଉପସ୍ଥାପନ ହେବ ନାଗରିକତ୍ବ ବିଲ - imposed

ମଙ୍ଗଳବାର ରାଜ୍ୟ ସଭାରେ ଉପସ୍ଥାପନ ହେବ ନାଗରିକତ୍ବ ସଂଶୋଧନ ବିଲ। ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ନାଗରିକତ୍ବ ସଂଶୋଧନ ବିଲ 2019 ଉପସ୍ଥାପନା କରିବାର କାର୍ଯ୍ୟକ୍ରମ ରହିଛି।

ଫଟୋ ସୌଜନ୍ଯ: ଫାଇଲ ଫଟୋ

By

Published : Feb 12, 2019, 2:29 PM IST

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ଉପସ୍ଥାପନ ହେବ ନାଗରିକତ୍ବ ସଂଶୋଧନ ବିଲ। ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ନାଗରିକତ୍ବ ସଂଶୋଧନ ବିଲ 2019 ଉପସ୍ଥାପନା କରିବାର କାର୍ଯ୍ୟକ୍ରମ ରହିଛି। ଗତ ଜାନୁଆରୀ 8ରେ ଲୋକସଭାରେ ପାରିତ ହୋଇଥିଲା ଏହି ବିଲ । କିନ୍ତୁ ଏହି ବିଲକୁ ନେଇ ଉତ୍ତର-ପୂର୍ବ ଭାରତରେ ବିରୋଧ ଜାରିରହିଛି।

ଅଫିସିଆଲ ବିଜ୍ଞପ୍ତି ଅନୁଯାୟୀ, ମଣିପୁରର ପଶ୍ଚିମ ଇମ୍ପାଲ ଜିଲ୍ଲାରେ144 ଧାରା ଲାଗୁ କରାଯାଇଛି। ନାଗରିକତା ସଂଶୋଧନ ବିଧେୟକ ଲୋକସଭାରେ ପାରିତ ହେବା ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନକୁ ତ୍ରୀବ କରାଯାଇଛି।ନାଗରିକତ୍ବ ବିଲକୁ ବିରୋଧ କରି ପାଳନ କରାଯାଉଥିବା କଳାଦିବସକୁ ନଜରରେ ରଖି ମିଜୋରାମରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ସେପଟେ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ମଣିପୁରର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ମଧ୍ୟ ଏହି ବିଲକୁ ବିରୋଧ କରିବା ସହ ରାଜ୍ୟସଭାରେ ଏହି ବିଲକୁ ପାରିତ ନ କରିବାକୁ ଗୃହମନ୍ତ୍ରୀ ରାଜନାଥ ସିଂ ଆବେଦନ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଲ ଲାଗୁ ହେବା ଦ୍ବାରା ଉତ୍ତର-ପୂର୍ବ ରାଜ୍ୟରେ କୌଣସି ପ୍ରକାର ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି।

ABOUT THE AUTHOR

...view details