ଓଡିଶା

odisha

ETV Bharat / bharat

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାସ

କେନ୍ଦ୍ର ସରକାରଙ୍କୁ ବଡ ସଫଳତା। ରାଜ୍ୟସଭାରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏବେ ଆଇନରେ ପରିଣତ ହେବ ବିଲ।

PHOTO
ନାଗରିକ ସଂଶୋଧନ ବିଲ ପାସ

By

Published : Dec 11, 2019, 8:49 PM IST

Updated : Dec 11, 2019, 8:59 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ ରାଜ୍ୟସଭାରେ ବହୁମତରେ ପାରିତ ହୋଇଛି । ଦୀର୍ଘ 6ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ସରଗରମ ବିତର୍କ ଚାଲିବା ପରେ ଗୃହମନ୍ତ୍ରୀ ଅମିତ ଶାହା ବିରୋଧିଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ।


ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଭୋଟିଂ କରିବା ପାଇଁ ରାଜ୍ୟସଭା ଜେନେରାଲ ସେକ୍ରେଟାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଭୋଟ ଗ୍ରହଣ ହୋଇଥିଲା । ମୋଟ 240 ସଦସ୍ୟଙ୍କ ମଧ୍ୟରୁ 230 ଜଣ ସଭ୍ୟ ଗୃହରେ ଉପସ୍ଥିତ ରହି ଭୋଟ ଦାନ କରିଥିଲେ । ଯେଉଁଥିରେ ବିଲ ସପକ୍ଷରେ 125ଟି ଓ ବିପକ୍ଷରେ 105ଟି ଭୋଟ ପଡିଥିଲା । ଫଳରେ ରାଜ୍ୟସଭାରେ ବିଲ ଗୃହୀତ ହୋଇଛି। ଏବେ ଏହି ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ।

Last Updated : Dec 11, 2019, 8:59 PM IST

ABOUT THE AUTHOR

...view details