କାନାଡା: ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଦେଶ ବାହାରେ ମଧ୍ୟ ପ୍ରଦର୍ଶନ ଦେଖିବାକୁ ମିଳୁଛି । କାନାଡାର ଟୋରୋଣ୍ଟୋ ସହରରେ ସିଏଏ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ଲୋକେ । ଡିସେମ୍ବର 20 ରେ ସେଠାରେ ଉପସ୍ଥିତ ଭାରତୀୟ ଦୂତାବାସ ବାହାରେ ପ୍ରଦର୍ଶନକାରୀଙ୍କ ଭିଡ ଦେଖିବାକୁ ମିଳିଥିଲା । ଦୂତାବାସ ବାହାରେ ସେମାନେ ପ୍ଲାକାର୍ଡ ଦେଖାଇବା ସହ ନାରାବାଜି କରିଥିଲେ ।
CAA: କାନାଡାରେ ବିରୋଧ ପ୍ରଦର୍ଶନ
ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଦେଶ ବାହାରେ ମଧ୍ୟ ପ୍ରଦର୍ଶନ ଦେଖିବାକୁ ମିଳୁଛି । କାନାଡାର ଟୋରୋଣ୍ଟୋ ସହରରେ ସିଏଏ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ଲୋକେ ।
ଏଥିରେ ଭାରତକୁ ବିଭାଜନ ନକରିବାକୁ ଆବେଦନ କରାଯାଇଥିଲା । ଏହା ସହିତ ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ମଧ୍ୟ ସେମାନେ ବିରୋଧ କରିଥିଲେ । ସେମାନେ ଧରିଥିବା ପ୍ଲାକାର୍ଡରେ ମୋଦି ସରକାରଙ୍କୁ ସମାଲୋଚନା କରି ସରକାରର ତୁଳନା ମୋଦି ସରକାରଙ୍କ ସହ କରାଯାଇଥିଲା । ଆଉ ଏକ ପ୍ଲାକାର୍ଡରେ ଜାମିଆ ବିଶ୍ବବିଦ୍ୟାଳୟରେ ହୋଇଥିବା ଲାଠିଚାର୍ଜର ତୁଳନା ଜାଲିଆନାୱାଲାବାଗ ସହ କରାଯାଇଥିଲା ।
ଏହି ପ୍ରଦର୍ଶନ ଟୋରୋଣ୍ଟୋର 365 ବ୍ଲୋର ସେଣ୍ଟ ସ୍ଥିତ ଭାରତୀୟ ଦୂତାବାସ ବାହାରେ ଆୟୋଜିତ ହୋଇଥିଲା । ଏହି ପ୍ରଦର୍ଶନରେ କାନାଡାରେ ଅଧ୍ୟୟନ କରୁଥିବା ବୃହତ୍ତ ସଂଖ୍ୟାରେ ଭାରତୀୟ ଛାତ୍ର ଯୋଗ ଦେଇଥିଲେ । ପ୍ରଦର୍ଶନ ଡିସେମ୍ବର 20 ଅପରାହ୍ନ 12ଟାରୁ 2ଟା ମଧ୍ୟରେ ହୋଇଥିଲା ।