ଆଜିଠୁ ଦେଶରେ ଲାଗୁ ହେଲା ସିଏଏ
ଆଜିଠାରୁ ସମ୍ପୂର୍ଣ୍ଣ ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ୍। ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ନୂଆଦିଲ୍ଲୀ: ଆଜି ଠାରୁ ସମ୍ପୂର୍ଣ୍ଣ ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ୍(ସିଏଏ)। ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂସଦର ଉଭୟ ଗୃହରେ 'ନାଗରିକତ୍ବ ସଂଶୋଧନ ବିଲ୍' ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଆଇନ୍ରେ ପରିଣତ ହୋଇସାରିଛି। ଏହି ଆଇନ୍ ଅନୁସାରେ ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧର୍ମ ଆଧାରରେ ଉତ୍ପୀଡ଼ନର ଶିକାର ହୋଇଥିବା ସଂଖ୍ୟାଲଘୁ ବର୍ଗଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯିବ। ୩୧ ଡିସେମ୍ବର ୨୦୧୪ ମଧ୍ୟରେ ଭାରତକୁ ଆସିଥିବା ଏଭଳି ସଂଖ୍ୟାଲଘୁ ଏଠାରେ ନାଗରିକତା ପାଇଁ ଆବେଦନ କରିପାରିବେ। ଆଗରୁ ନାଗରିକତା ପାଇଁ ଶରଣାର୍ଥୀଙ୍କୁ ଭାରତରେ ଅନ୍ୟୂନ 11 ବର୍ଷ ରହିବାର ନିୟମ ରହିଥିଲା। ତା'କୁ ଏବେ ପାଞ୍ଚ ବର୍ଷକୁ କୋହଳ କରାଯାଇଛି। ଅର୍ଥାତ ଜଣେ ବ୍ୟକ୍ତି ଯଦି 5 ବର୍ଷ ଭାରତରେ ଶରଣାର୍ଥୀ ଭାବେ ରହିଛନ୍ତି, ତାଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇ ପାରିବ।