ଓଡିଶା

odisha

ETV Bharat / bharat

ମୁମ୍ବାଇ ଏୟାରପୋର୍ଟରୁ ଲକ୍ଷାଧିକ ବିଦେଶୀ ନୋଟ ଜବତ, 2 ଗିରଫ

ମୁମ୍ବାଇ ଏୟାରପୋର୍ଟରୁ ଲକ୍ଷାଧିକ ଟଙ୍କାର ଆମେରିକୀୟ ଡଲାର ଜବତ କରିବା ସହ 2 ଜଣ ବିଦେଶୀ ନାଗରିକ ଗିରଫ । ଏହି ଘଟଣା ପରେ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।

By

Published : May 19, 2019, 9:10 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ମୁମ୍ବାଇ ଏୟାରପୋର୍ଟରୁ ଲକ୍ଷାଧିକ ଟଙ୍କାର ବିଦେଶୀ ମୁଦ୍ରା ସହ 2 ଜଣ ବିଦେଶୀ ନାଗରିକକୁ ଗିରଫ କରିଛି ସିଆଇଏସଏଫ । ଦୁଇ ବିଦେଶୀ ନାଗରିକ ସୁଡାନର ହୋଇଥିବାବେଳେ ଉଭୟ ଆଦିଶ ଅବାବ ଯିବାପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ସିଆଇଏସଏଫ ଦୁଇ ଅଭିଯୁକ୍ତଙ୍କୁ କଷ୍ଟମକୁ ପଠାଇଥିଲେ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ୟୁନିଟ ଅଧିକାରୀ ।

ସିଆଇଏସଏଫର ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ହମେନ୍ଦ୍ର ସିଂହଙ୍କ ସୂଚନା ମୂତାବକ, ଦୁଇ ଅଭିଯୁକ୍ତ ହେଲେ ଉସମାନ ଗଲି ମହମ୍ମଦ ଓ ଅଦମ ମୋହମ୍ମଦ । ଦୁଇଜଣ ସୁଡାନର ନାଗରିକ । ସେମାନେ ରବିବାର ସକାଳୁ ମୁମ୍ବାଇ ଏୟାରପୋର୍ଟରେ ସିକ୍ୟୁରିଟି ଚେକ ପାଇଁ ଆସିଥିଲେ , ସେହି ସମୟରେ ଏକ୍ସରେରେ ଦୁଇଟି ଅଲଗା ଅଲଗା ବ୍ୟାଗରେ କିଛି ଛବି ଦେଖାଯାଇଥିଲା । ଯେଉଁଥିପାଇଁ 2 ଜଣ ସନ୍ଦେହ ପରିସର ଭୁକ୍ତ ହୋଇଥିଲେ । ଉସମାନ ଗଲି ମହମ୍ମଦ ଓ ଅଦମ ମୋହମ୍ମଦଙ୍କୁ ପଚରା ଉଚରା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା ।

ସିଆଇଏସଏଫର ଆସିଷ୍ଟାଣ୍ଟ ଇନ୍ସପେକ୍ଟରଙ୍କ କହିବାନୂଯାୟୀ, ଯାଞ୍ଚ ସମୟରେ 2ଟି ବ୍ୟାଗ ଭିତରୁ ଆମେରିକା ଡଲାର ମିଳିଥିଲା ।
ଉସମାନ ଗଲି ମହମ୍ମଦ ବ୍ୟାଗରୁ 15 ହଜାର ଓ ଅଦମ ମୋହମ୍ମଦ ବ୍ୟାଗରୁ 20 ହଜାର ଆମେରିକୀୟ ଡଲାର ମିଳିଥିଲା । ତେବେ ଜବତ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ପ୍ରାୟ 24.64 ଲକ୍ଷ ଟଙ୍କା ହେବ ବୋଲି ଅନୂମାନ କରାଯାଉଛି । ତେବେ ସେମାନେ କେଉଁଥିପାଇଁ ଏତେ ଟଙ୍କା ନେଉଥିଲେ ତାଙ୍କ ପଛରେ ଆଉ କାହାର ହାତ ଅଛି ଏନେଇ କଷ୍ଟମ ପକ୍ଷରୁ ତଦନ୍ତ ଜାରି ରହିଛି ।

ABOUT THE AUTHOR

...view details