ଓଡିଶା

odisha

By

Published : Dec 15, 2019, 1:54 PM IST

ETV Bharat / bharat

ଆଇଜିଆଇ ଏୟାରପୋର୍ଟରୁ 25 ଲକ୍ଷରୁ ଊର୍ଦ୍ଧ୍ବ ବିଦେଶୀ ମୁଦ୍ରା ଜବତ, 2 ଗିରଫ

ଦିଲ୍ଲୀର ଆଇଜିଆଇ ଏୟାରପୋର୍ଟର ଟର୍ମିନାଲ-3ରେ ସିକ୍ୟୁରିଟି ଚେକିଂ ବେଳେ 2 ଭାରତୀୟ ଯାତ୍ରୀଙ୍କ ନିକଟରୁ ନଗଦ 25 ଲକ୍ଷ 13 ହଜାର ବିଦେଶୀ ମୁଦ୍ରା ଜବତ କରିଛି ସିଆଇଏସଫ ।

CISF caught 2.5 million foreign currency
ଆଇଜିଆଇ ଏୟାରପୋର୍ଟରୁ 25 ଲକ୍ଷ ବିଦେଶୀ ଟଙ୍କା ଜବତ, 2 ଗିରଫ

ନୂଆଦିଲ୍ଲୀ: ବିମାନବନ୍ଦରରେ ତଦନ୍ତବେଳେ ଧରାପଡିଲା ବେଆଇନ ବିଦେଶୀ ମୁଦ୍ରା । ଦିଲ୍ଲୀର ଆଇଜିଆଇ ଏୟାରପୋର୍ଟର ଟର୍ମିନାଲ-3ରେ ସିକ୍ୟୁରିଟି ଚେକିଂ ବେଳେ ସିଆଇଏସଫ 2 ଭାରତୀୟ ଯାତ୍ରୀଙ୍କ ନିକଟରୁ ନଗଦ 25 ଲକ୍ଷ 13 ହଜାର ବିଦେଶୀ ମୁଦ୍ରା ଜବତ କରିଛି । ପରେ 2 ଭାରତୀୟଙ୍କୁ କଷ୍ଟମ ବିଭାଗକୁ ପଠାଇଦିଆଯାଇଛି ।


ଧରାପଡିଥିବା 2 ଭାରତୀୟଙ୍କ ପରିଚୟ ଫରହାନ ଖାନ ଏବଂ ମହମ୍ମଦ ଆମୀର ଅସାଂରୀ । ସେମାନେ ଦୁବାଇ ଯାତ୍ରା କରୁଥିବା ସିଆଇଏସଏଫ ପକ୍ଷରୁ ସୂଚନା ମିଳିଛି । ତେବେ ଉଭୟଙ୍କୁ ଯାଞ୍ଚ କଲାବେଳେ ସିଆଇଏସଏଫଙ୍କୁ ସନ୍ଦେହ ହେଲା । ତାପରେ ତାଙ୍କ ନିକଟରେ ଥିବା ବ୍ୟାଗକୁ ଭଲ ଭାବେ ଯାଞ୍ଚ କରାଗଲା । ଏହି ବ୍ୟାଗରେ 1 ଲକ୍ଷ ସାଉଦୀ ରିୟାଲ, 4 ହଜାର କତର ରିୟାଲ, 3 ହଜାର ଓମିନୀ ରିୟଲ ଥିଲା ।


ଏସମ୍ପର୍କରେ ପ୍ରଶ୍ନ କରାଯିବାରୁ ସେମାନେ ଟଙ୍କାର କୌଣସି ଡକ୍ୟୁମେଣ୍ଟ କମ୍ବା କୌଣସି ଚିଠା ଦେଖାଇ ପାରିଲେ ନାହିଁ । ଫଳରେ ସେମାନଙ୍କୁ କଷ୍ଟମ ବିଭାଗ ପକ୍ଷରୁ ଗିରଫ କରି ସମସ୍ତ ଟଙ୍କା ଜବତ କରିଛି ।

For All Latest Updates

TAGGED:

ABOUT THE AUTHOR

...view details