ଓଡିଶା

odisha

ETV Bharat / bharat

କେଡିସିସି ବ୍ୟାଙ୍କ ଦୁର୍ନୀତି ମାମଲା: ସିଆଇଡିର ତଦନ୍ତ ଆରମ୍ଭ

କେଡିସିସି ବ୍ୟାଙ୍କ ଦୁର୍ନୀତି ମାମଲା ସହ ଜୟନ୍ତୀ ଭାନୁଶାଳୀ ହତ୍ୟା ମାମଲାରେ ତଦନ୍ତ ଆରମ୍ଭ କରିଛି ସିଆଇଡି(କ୍ରାଇମ)।

KDCC bank loan scams
କେଡିସିସି ବ୍ୟାଙ୍କ ଦୁର୍ନୀତି ମାମଲା: ସିଆଇଡିର ତଦନ୍ତ ଆରମ୍ଭ

By

Published : Jan 18, 2020, 3:16 PM IST

ଗାନ୍ଧିନଗର: କେଡିସିସି ବ୍ୟାଙ୍କ ଦୁର୍ନୀତି ମାମଲା ସହ ଜୟନ୍ତୀ ଭାନୁଶାଳୀ ହତ୍ୟା ମାମଲାରେ ତଦନ୍ତ ଆରମ୍ଭ କରିଛି ସିଆଇଡି (କ୍ରାଇମ)। ଧର୍ମବାରଙ୍କ ନେତୃତ୍ବରେ ସିଆଇଡି ଟିମ ଏହି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ସିଆଇଡି ପକ୍ଷରୁ 8ଟି ଭିନ୍ନ ଭିନ୍ନ ଅଭିଯୋଗ କରାଯାଇଛି । ଏହି ମାମଲାରେ 8ଟି କୋପରେଟିଭ ସୋସାଇଟିରେ ଜଡିତ ଥିବା 26 ଜଣଙ୍କୁ ପୋଲିସ ଗିରଫ କରିଛି ।

କେଡିସିସି ବ୍ୟାଙ୍କ ଦୁର୍ନୀତି ମାମଲା: ସିଆଇଡିର ତଦନ୍ତ ଆରମ୍ଭ

ନକଲି କାଗଜପତ୍ର ଓ କୋପରେଟିଭ ସୋସାଇଟି ଗଠନ କରାଯାଇ ଏହି ଦୁର୍ନୀତି କରାଯାଇଥିବା ସିଆଇଡି ଜଣାଇଛି। ଏହି ମାମଲାରେ ବ୍ୟାଙ୍କର ପୂର୍ବତନ କର୍ମଚାରୀ ସମ୍ପୃକ୍ତ ରହିଥିବା ଖବର ମିଳିଛି।

ସେହିପରି ଏହି ଘଟଣାରେ ଜଣେ ବିଜେପି କର୍ମୀଙ୍କ ସମ୍ପୃକ୍ତି ରହିଛି। ତାଙ୍କ ନାଁରେ ପୂର୍ବରୁ ଜୟନ୍ତୀ ଭାନୁଶାଳୀ ହତ୍ୟା ଅଭିଯୋଗ ରହିଛି। କେଡିସିସି ବ୍ୟାଙ୍କରୁ 26 କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି।

ABOUT THE AUTHOR

...view details