ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଚୁକ୍ତି ମାମଲାରେ ଭାରତର ଜେଲରେ ବନ୍ଦୀ ରହିଛି ବ୍ରିଟିଶ ନାଗରିକ କ୍ରିଶ୍ଚିଏନ ମିଶେଲ । ବର୍ତ୍ତମାନ ମିଶେଲଙ୍କୁ ଭାରତରେ ନିର୍ଯାତନା ଦିଆଯାଉଛି ବୋଲି ଜାତିସଂଘରେ ଅଭିଯୋଗ କରିଛନ୍ତି ତାଙ୍କ ଓକିଲ । ଅନ୍ୟପକ୍ଷେ ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଛି ।
ଜାତିସଂଘରେ ମିଶେଲଙ୍କ ଓକିଲ, ଭାରତକୁ ଟାର୍ଗେଟ - illegal
ମିଶେଲ ବର୍ତ୍ତମାନ ଦିଲ୍ଲୀ ସ୍ଥିତ ତିହାର ଜେଲରେ ବନ୍ଦ ରହିଛି । ତାଙ୍କ ଓକିଲ ଜାତିସଂଘରେ ଯାଚିକା ଦାଖଲ କରି କହିଛନ୍ତି ଯେ, ଭାରତ ଓ ୟୁଏଇ ସରକାରଙ୍କ ତଦନ୍ତକାରୀ ଅଧିକାରୀ ମିଶେଲଙ୍କୁ ନିର୍ଯାତନା ଦେଉଛନ୍ତି।
ମିଶେଲ ବର୍ତ୍ତମାନ ଦିଲ୍ଲୀ ସ୍ଥିତ ତିହାର ଜେଲରେ ବନ୍ଦ ରହିଛି । ତାଙ୍କ ଓକିଲ ଜାତିସଂଘରେ ଯାଚିକା ଦାଖଲ କରି କହିଛନ୍ତି ଯେ ଭାରତ ଓ ୟୁଏଇ ସରକାରଙ୍କ ତଦନ୍ତକାରୀ ଅଧିକାରୀ ମିଶେଲଙ୍କୁ ପ୍ରତାରଣା ଓ ନିର୍ଯାତନା କରୁଛନ୍ତି । ତାଙ୍କୁ ଅତିଶୀଘ୍ର ଜେଲରୁ ମୁକ୍ତ କରିବା ପାଇଁ ଦାବି ମଧ୍ୟ କରାଯାଇଛି ।
ଗତବର୍ଷ ଡିସେମ୍ବର ୪ରେ ମିଶେଲଙ୍କୁ ୟୁଏଇରୁ ଭାରତକୁ ଅଣାଯାଇଥିଲା । ତେବେ ଜାତିସଂଘରେ ଦାଏର ଯାଚିକାରେ କୁହାଯାଇଛି ଯେ, ମିଶେଲଙ୍କୁ ତିହାର ଜେଲରେ ବହୁତ ଖରାପ ଅବସ୍ଥାରେ ରଖାଯାଇଛି । ଏହାସହ ତଦନ୍ତକାରୀ ଅଧିକାରୀମାନେ ରାଜନୀତି ଦ୍ବାରା ପ୍ରେରିତ ହୋଇ ତାଙ୍କୁ ମିଛ କହିବାକୁ ଚାପ ପକାଉଛନ୍ତି ।