ଓଡିଶା

odisha

ETV Bharat / bharat

ବାଧା ସୃଷ୍ଟି କରିପାରେ ତୁଷାରପାତ

ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଓ ବଦ୍ରୀନାଥ ଉତ୍ତରାଖଣ୍ଡର ଛୋଟ ଚାରିଧାମ ନାଁରେ ପରିଚିତ । ମେ 7ତାରିଖରେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ , 9ମେରେ କେଦାରନାଥ ଓ 10ମେରେ ବଦ୍ରୀନାଥ ମନ୍ଦିରର ଶ୍ରଦ୍ଧାଳୁମାନଙ୍କ ପାଇଁ ଦ୍ବାର ଖୋଲାଯିବ ।

By

Published : Apr 23, 2019, 3:09 AM IST

ଡିଜାଇନ ଫଟୋ

ଡେରାଡୁନ୍‌: ଉତ୍ତରାଖଣ୍ଡର ପାଣିପାଗରେ ପରିବର୍ତ୍ତନ ଦେଖାଯାଇଛି । ତେଣୁ ଏଥର ଛୋଟ ଚାରିଧାମ ଯାତ୍ରାରେ ବାଧା ସୃଷ୍ଟି ହେବ । ଏହି ସୂଚନା ଦେଇଛନ୍ତି, ପୋଲିସ୍‌ ମହାନିର୍ଦ୍ଦେଶକ କାନୁନ୍‌ ବ୍ୟବସ୍ଥା ଅଶୋକ କୁମାର । ଚଳିତବର୍ଷ ପାହାଡର ଉପର ଭାଗରେ ବହୁତ ଅଧିକ ତୁଷାରପାତ ହୋଇଛି । ତୁଷାରପାତ ଅଞ୍ଚଳରେ 4 ଧାମ ରାସ୍ତା ମଧ୍ୟ ସାମିଲ୍‌ ଅଛି ।


ସୂଚନାମୁତାବକ, ତୁଷାରପାତ ଯୋଗୁଁ ତାପମାତ୍ରା ଖସିବା ସହ ରାସ୍ତା ଅବରୋଧ ମଧ୍ୟ ହୋଇଛି । ଚାରିଧାମ ରାସ୍ତାରେ ଏଯାଏଁ 10ରୁ 15ଫୁଟର ବରଫ ଜମା ହୋଇ ରହିଛି ।

ଏହା ମଧ୍ଯ ପଢନ୍ତୁ: ପୁଣି ଦୋହଲିଲା ଶ୍ରୀଲଙ୍କା, ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ


ଚାରିଧାମ ଯାତ୍ରା ଆରମ୍ଭ ହେବାର 16 ଦିନ ବାକି ଅଛି । କିନ୍ତୁ ଏହି ସମୟ ମଧ୍ୟରେ ବରଫ ତରିଳାବର ସମ୍ଭାବନା ଦେଖା ଯାଉନାହିଁ । ତେଣୁ ପୋଲିସ୍‌ ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି ଯେ, ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ । ଏଥିସହ ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ୍‌ କର୍ମୀମାନଙ୍କ ପାଇଁ ବି ସମସ୍ୟା ସୃଷ୍ଟି ହେବ । ତଥାପି ଜରୁରିକାଳୀନ ପରିସ୍ଥିତି ପାଇଁ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ସେଠାରେ ଉପସ୍ଥିତ ରହିବେ ।

ABOUT THE AUTHOR

...view details