ଓଡିଶା

odisha

ETV Bharat / bharat

ଚତୁର ଚୀନ: ପାକିସ୍ତାନକୁ ବିକିଲା ଆଣ୍ଟିନା, କହିଲା ରାଡାର ! - IndiaStrikesPakistan

ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ଜାଣିପାରିଲା ନାହିଁ ପାକିସ୍ତାନ ରାଡାର । ପୁରା ଚକମା ଖାଇଗଲା ପାକିସ୍ତାନ। ଆଉ ଏହାପରେ ପାକିସ୍ତାନ ରାଡାରକୁ ନେଇ ଟ୍ୱିଟରରେ ଟ୍ରୋଲ ହୋଇଛି ପାକିସ୍ତାନ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Feb 27, 2019, 12:08 PM IST

ନୂଆଦିଲ୍ଲୀ: ଏଲଓସିରୁ 70 କିଲୋମିଟର ଭିତରକୁ ପଶିଥିଲା ଭାରତୀୟ ବାୟୁସେନା। ହେଲେ ଏହାକୁ ଜାଣିବାରେ ଫେଲ ମାରିଥିଲା ପାକିସ୍ତାନ ରାଡାର। ଶତ୍ରୁପକ୍ଷର ରାଡାରକୁ ଜାମ କରିବା ପାଇଁ ଭାରତୀୟ ସେନା ବ୍ୟବହାର କରିଥିଲା ଆୱାକ୍ସ। ଆଉ ଏଥିରେ ପୁରା ଚକମା ଖାଇଗଲା ରାଡାର। କାର୍ଯ୍ୟକ୍ଷମ ହେଲା ବେଳକୁ ମିଶନ ସଫଳତାର ସହ ଶେଷ ହୋଇଥିଲା। ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱସ୍ତ ବିଧ୍ୱସ୍ତ କରିବାରେ ସକ୍ଷମ ହୋଇଥିଲା ଭାରତ। ଆଉ ଏହାପରେ ପାକିସ୍ତାନ ରାଡାରକୁ ନେଇ ଟ୍ୱିଟରରେ ଦେଖିବାକୁ ମିଳିଛି ଟ୍ରୋଲ ।

ଚୀନ-ପାକିସ୍ତାନ ସମ୍ପର୍କ କାହାକୁ ଅଛପା ନୁହେଁ । ଉଭୟ ପାରମ୍ପରିକ ମିତ୍ରଦେଶ। ହେଲେ ସମଗ୍ର ବିଶ୍ୱଯେତେବେଳେ ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଘେରିଛି, ସେତେବେଳେ ମାପିଚୁପି କଥା କହୁଛି ଚୀନ। ଭାରତ ସମକ୍ଷରେ ବହୁ ଶକ୍ତିଶାଳୀ ଦେଶର ସମର୍ଥନ ଥିବାରୁ ପାକିସ୍ତାନ ସପକ୍ଷରେ ସିଧାସଳଖ ବାହାରିବାକୁ ଉଚିତ ମନେକରିନି ଚୀନ। ଆଉ ଠିକ ଏଭଳି ସ୍ଥିତିରେ ଦମଦାର ଟ୍ରୋଲ କରୁଛନ୍ତି ଟ୍ୱିଟର ୟୁଜର୍ସ।

ଆଇପିଏସ ଅମିତାଭ ଠାକୁର । ଏୟାରଷ୍ଟ୍ରାଇକକୁ ନେଇ ପୁରା ମଜାଳିଆ ଅନ୍ଦାଜରେ ପାକିସ୍ତାନକୁ କରିଚାଲିଛନ୍ତି ଟ୍ରୋଲ। ବେଶ ମଜାଦାର ଟ୍ୱିଟ । ଗୋଟିଏ ଟ୍ବିଟରେ ସେ କହିଛନ୍ତି, ପାକିସ୍ତାନ ଏବେ ଯାଇ ଜାଣିପାରିଲା ଯେ ଟିଭି ଏଣ୍ଟିନାକୁ ରାଡାର କହି ପାକିସ୍ତାନକୁ ବିକ୍ରି କରିଥିଲା ଚୀନ। ଅନ୍ୟଏକ ଟ୍ୱିଟରେ ସେ ଲେଖିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ ପାଇଁ ଆଲର୍ଟ ଥିଲା ପାକିସ୍ତାନ। ହେଲେ ହୋଇଥିଲା ଏୟାର ଷ୍ଟ୍ରାଇକ।

ପୁରା ଏୟାର ଷ୍ଟ୍ରାଇକୁ ନେଇ ବିଭିନ୍ନ ଅନ୍ଦାଜରେ ପାକିସ୍ତାନକୁ ଟ୍ରୋଲ କରିଛନ୍ତି ଅମିତାଭ । ଏକ ଟ୍ୱିଟରେ କହିଛନ୍ତି, ପ୍ରଥମେ ଭାରତୀୟ ବାୟୁସେନା 5 କିଲୋଗ୍ରାମ ଟମାଟୋ ପକାଇଥିଲା। ଯେତେବେଳେ କାଙ୍ଗାଳ ଲୋକ ଏହାକୁ ନେବା ପାଇଁ ଧାଇଁ ଆସିଥିଲେ ବୋମାମାଡ ହୋଇଥିଲା।

ABOUT THE AUTHOR

...view details