ଓଡିଶା

odisha

ETV Bharat / bharat

ପୂର୍ବ ଲଦାଖ ସ୍ଥିତିକୁ ନେଇ ଚୀନ ଷ୍ଟଡି ଗ୍ରୁପର ଗୁରୁତ୍ବପୂର୍ଣ୍ଣ ବୈଠକ

ସିଏସଜି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଏବଂ ସାମରିକ ତଥା ଅନ୍ୟାନ୍ୟ ସରକାରୀ ଏଜେନ୍ସିର ପ୍ରତିନିଧୀ ସାମିଲ ହୋଇଥିଲେ । ଏହି ବୈଠକ ଜୁଲାଇ 28 ରେ ଅନୁଷ୍ଠିତ ହୋଇଥିଲା ।

ପୂର୍ବ ଲଦାଖ  ସ୍ଥିତିକୁ ନେଇ ଚୀନ ଷ୍ଟଡି ଗ୍ରୁପର ଗୁରୁତ୍ବପୂର୍ଣ୍ଣ ବୈଠକ
ପୂର୍ବ ଲଦାଖ ସ୍ଥିତିକୁ ନେଇ ଚୀନ ଷ୍ଟଡି ଗ୍ରୁପର ଗୁରୁତ୍ବପୂର୍ଣ୍ଣ ବୈଠକ

By

Published : Aug 1, 2020, 7:33 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖର ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ମଧ୍ୟରେ ଜାରି ବିବାଦ ଶେଷ ହେବାର ନାଁ ନେଉନାହିଁ । ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଫିଙ୍ଗର ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଥିବା ଦୃଶ୍ୟମାନ ହେଉନାହିଁ । ଯାହାକୁ ଦୃଷ୍ଟିରେ ରଖି ଚୀନ ଷ୍ଟଡି ଗ୍ରୁପର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଏହି ବୈଠକରେ ପୂର୍ବ ଲଦାଖ ସେକ୍ଟରର ସ୍ଥିତି ବିଷୟରେ ଆଲୋଚନା ହୋଇଥିବା ଜଣାପଡିଛି ।

ସିଏସଜି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଏବଂ ସାମରିକ ତଥା ଅନ୍ୟାନ୍ୟ ସରକାରୀ ଏଜେନ୍ସିର ପ୍ରତିନିଧୀ ସାମିଲ ହୋଇଥିଲେ । ଏହି ବୈଠକ ଜୁଲାଇ 28 ରେ ଅନୁଷ୍ଠିତ ହୋଇଥିଲା । ସିଏସଜି ବୈଠକରେ ଲଦାଖ ସେକ୍ଟରରେ ସ୍ଥିତି ଉପରେ ଆଲୋଚନା କରାଯାଇଥିଲା । ତେବେ ଫିଙ୍ଗର ଅଞ୍ଚଳ ସମେତ ସମସ୍ତ ସଂଘର୍ଷ ପଏଣ୍ଟରୁ ଚୀନ ସମ୍ପୂର୍ଣ୍ଣ ଭାବରେ ସୈନ୍ୟ ପ୍ରତ୍ୟାହାର କରିବା ନେଇ ଭାରତ ପ୍ରୟାସ କରୁଛି । ଏଥି ପ୍ରତି ଦୃଷ୍ଟି ଦେବା ନେଇ ବୈଠକରେ ଆଲୋଚନା ହୋଇଥିଲା ।

ସିଏସଜି ସରକାରଙ୍କ ଏକ ସର୍ବୋଚ୍ଚ ସଂସ୍ଥା ମଧ୍ୟରୁ ଅନ୍ୟତମ । ଏହି ସଂସ୍ଥା ଚୀନ ସହ ଆଲୋଚନା ସମୟରେ ନେବାକୁ ଥିବା ପଦକ୍ଷେପ ସମ୍ପର୍କରେ ସାମରିକ ତଥା କୂଟନୀତିଜ୍ଞମାନଙ୍କୁ ଦିଶା-ନିର୍ଦ୍ଦେଶ ଦେଇଥାଏ । ଏହା ବ୍ୟତୀତ ଚୀନ ପକ୍ଷରୁ ଉଠାଯାଇଥିବା ପଏଣ୍ଟ ଏବଂ ଦାବି ଉପରେ ପକ୍ଷ ରଖିଥାଏ ।

ଭାରତ ଏବଂ ଚୀନ ମଧ୍ୟରେ ଶେଷ ଆଲୋଚନା ପରେ ଚୀନ ଫିଙ୍ଗର ଅଞ୍ଚଳରେ ସୈନ୍ୟ ପ୍ରତିୟାହାର ପ୍ରକ୍ରିୟା ଆରମ୍ଭ କରିଥିଲା ​​ । କିନ୍ତୁ 2-3 ଦିନ ପରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ଚୀନ ପାଟ୍ରୋଲିଂ ପଏଣ୍ଟ 14 (ଗଲୱାନ ଘାଟି), 15-16 (ହଟ୍ ସ୍ପ୍ରିଙ୍ଗସ୍), ପାଟ୍ରୋଲିଂ ପଏଣ୍ଟ 17 ଏ (ଗୋଗ୍ରା) ରୁ ସୌନ୍ୟ ପ୍ରତ୍ୟାହାର କରିନେଇଛି । କିନ୍ତୁ ପାଗୋଙ୍ଗ ସୋରୁ ପଛକୁ ଯିବାକୁ ପ୍ରସ୍ତୁତ ହେଉନାହିଁ ଚୀନ ।

ABOUT THE AUTHOR

...view details