ଓଡିଶା

odisha

ETV Bharat / bharat

ଗଲୱାନ ସଂଘର୍ଷ ପୂର୍ବରୁ ମାର୍ଶଲ ଆର୍ଟ ଯୋଦ୍ଧାଙ୍କୁ ଭାରତ ସୀମାକୁ ପଠାଇଥିଲା ଚୀନ !

ଚୀନ ଗଲୱାନ ସଂଘର୍ଷର କିଛି ସମୟ ପୂର୍ବରୁ ନିଜର ପର୍ବତାରୋହୀ ଏବଂ ମାର୍ଶଲ ଆର୍ଟ ଯୋଦ୍ଧାଙ୍କୁ ଭାରତ ସୀମା ନିକଟକୁ ପଠାଇଥିଲା ବୋଲି ଚୀନର ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି ।

ଚୀନ
ଚୀନ

By

Published : Jun 28, 2020, 2:53 PM IST

ବେଜିଂ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ଘଟିଥିବା ସଂଘର୍ଷକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଚୀନ ଏହି ସଂଘର୍ଷର କିଛି ସମୟ ପୂର୍ବରୁ ନିଜର ପର୍ବତାରୋହୀ ଏବଂ ମାର୍ଶଲ ଆର୍ଟ ଯୋଦ୍ଧାଙ୍କୁ ଭାରତ ସୀମା ନିକଟକୁ ପଠାଇଥିଲା ବୋଲି ଚୀନର ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି ।

ଭାରତ-ଚୀନ ମଧ୍ୟରେ ଦୀର୍ଘ ଦିନରୁ ସୀମା ବିବାଦ ଲାଗି ରହିଛି । ଏହା ସାଧାରଣ କଥା କିନ୍ତୁ ଏହି ସଂଘର୍ଷ 50 ବର୍ଷରୁ ଅଧିକ ସମୟ ମଧ୍ୟରେ ଭାରତ-ଚୀନ ମଧ୍ୟରେ ଘଟିଥିବା ମାରାତ୍ମକ ଲଢେଇ ଥିଲା । ତେବେ ସରକାରୀ ସାମରିକ ଖବରକାଗଜ ଚୀନ୍ ନ୍ୟାସନାଲ ଡିଫେନ୍ସ ନ୍ୟୁଜ୍ ରିପୋର୍ଟ କରିଛି ଯେ, ମାଉଣ୍ଟ ଏଭରେଷ୍ଟ ଅଲିମ୍ପିକ୍ ମସାଲ ରିଲେ ଦଳର ପୂର୍ବତନ ସଦସ୍ୟ ଏବଂ ମିଶ୍ରିତ ମାର୍ଶଲ ଆର୍ଟ କ୍ଲବର ସଦସ୍ୟଙ୍କ ସମେତ ପାଞ୍ଚଟି ମିଲିଟାରୀ ଡିଭିଜନ ଲାସାରେ ଯାଞ୍ଚ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଏଥିରେ ସିସିଟିଭି ଫୁଟେଜ ମଧ୍ୟ ଦେଖାଯାଇଛି, ଯେଉଁଥିରେ ତିବ୍ଦତୀୟ ରାଜଧାନୀରେ ଶହ ଶହ ସୈନିକ ଧାଡି ବାନ୍ଧି ଚାଲୁଥିବା ଦେଖିବାକୁ ମିଳିଛି ।

ନ୍ୟୁଜ୍‌ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ନିକଟରେ ଏନବୋ ଫାଇଟ କ୍ଲବର ନିଯୁକ୍ତି ବୃଦ୍ଧି ପାଇଥିଲା । ହେଲେ ସେହି ଘଟଣା ସହ ଏହି ସଂଘର୍ଷର ସମ୍ପର୍କ ଥିବା କଥା ତିବ୍ଦତ କମାଣ୍ଡର ୱାଙ୍ଗ ହାଇଜିଆଙ୍ଗ ସ୍ପଷ୍ଟ କରିନାହାନ୍ତି ।

ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ସଂଘର୍ଷରେ ଚୀନର ମଧ୍ୟ 43 ଜଣ ସୈନିକ ମୃତାହତ ହୋଇଥିବା ଜଣାପଡିଥିଲା ।

ABOUT THE AUTHOR

...view details