କାଠମାଣ୍ଡୁ: ଭାରତ ଏବଂ ନେପାଳ ମଧ୍ୟରେ ଦେଖାଦେଇଥିବା ବିବାଦର ଫାଇଦା ନେଉଛି ଚୀନ । ପୁଣିଥରେ ଚୀନ ନେପାଳକୁ ନିଜ ଜାଲରେ ଫସାଇ ଭାରତଠାରୁ ତାକୁ ଦୂରେଇ ରଖିବାକୁ ଚେଷ୍ଟା କରିଛି । ଶନିବାର ଦିନ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସିନୋ-ନେପାଳ ବନ୍ଧୁତ୍ୱର ନିରନ୍ତର ବିକାଶକୁ ପ୍ରଶଂସା କରିଛନ୍ତି । ଏଥିସହ ବେଜିଂ କାଠମାଣ୍ଡୁକୁ ସର୍ବଦା ନିଜ ସହ ସମାନ ବୋଲି ମାନିଥିବା ଚୀନ କହିଛି ।
ଭାରତ-ନେପାଳ ବିବାଦର ଫାଇଦା ନେଉଛି ଚୀନ, ନେପାଳ ସହ ବଢାଉଛି ସମ୍ପର୍କ - ନେପାଳ ସହ ସମ୍ପର୍କ ବଢାଉଛି ଚୀନ
ଶନିବାର ଦିନ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସିନୋ-ନେପାଳ ବନ୍ଧୁତ୍ୱର ନିରନ୍ତର ବିକାଶକୁ ପ୍ରଶଂସା କରିଛନ୍ତି । ଏଥିସହ ବେଜିଂ କାଠମାଣ୍ଡୁକୁ ସର୍ବଦା ନିଜ ସହ ସମାନ ବୋଲି ମାନିଥିବା ଚୀନ କହିଛି ।
ଚୀନ ଏବଂ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତିଷ୍ଠା ହେବାର 65 ତମ ବାର୍ଷିକୀ ଅବସରରେ ନେପାଳର ପ୍ରତିପକ୍ଷ ବିଦ୍ୟା ଦେବୀ ଭଣ୍ଡାରୀଙ୍କ ସହ ଅଭିନନ୍ଦନ ବାର୍ତ୍ତା ବିନିମୟ କରୁଥିବାବେଳେ ସି ଜିନପିଙ୍ଗ ଏଭଳି କହିଛନ୍ତି । ନେପାଳ ସହିତ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ପାଇଁ ଚୀନ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ଜିନପିଙ୍ଗ କହିଛନ୍ତି, ଦୁଇ ଦେଶ ସର୍ବଦା ପରସ୍ପରକୁ ସମ୍ମାନ କରନ୍ତି । ପରସ୍ପର ସହ ସମାନ ବ୍ୟବହାର କରନ୍ତି । ରାଜନୈତିକ ପାରସ୍ପରିକ ବିଶ୍ୱାସ ବଢାଇଛନ୍ତି ଏବଂ ପାରସ୍ପରିକ ଲାଭଦାୟକ ସହଯୋଗକୁ ଆହୁରି ଗଭୀର କରିଛନ୍ତି ବୋଲି ସେ କହିଛନ୍ତି ।
ଜିନପିଙ୍ଗ ଆହୁରି କହିଛନ୍ତି ଯେ, କୋରୋନା ଭାଇରସ ବିରୋଧୀ ଲଢେଇରେ ଦୁଇ ଦେଶ କାନ୍ଧରେ କାନ୍ଧ ମିଳେଇ ଛିଡା ହୋଇଛନ୍ତି । ଉଭୟ ପକ୍ଷ ଚୀନ ଏବଂ ନେପାଳ ମଧ୍ୟରେ ବନ୍ଧୁତ୍ୱର ଏକ ନୂଆ ଅଧ୍ୟାୟ ଲେଖିଛନ୍ତି । ସେପଟେ ନେପାଳୀ ପ୍ରତିପକ୍ଷ ବିଦ୍ୟା ଦେବୀ ଭଣ୍ଡାରୀ ଅନ୍ତର୍ଜାତୀୟ ସହଯୋଗ ପାଇଁ ବେଜିଂ ଏବଂ ସି ଜିନପିଙ୍ଗଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ମାନବଜାତି ପାଇଁ ଭବିଷ୍ୟତ ସହ ଏକ ସମ୍ପ୍ରଦାୟ ଗଠନ ପାଇଁ ଚୀନ ଦ୍ୱାରା ପ୍ରସ୍ତାବିତ ପଦ୍ଧତିକୁ ନେପାଳ ସ୍ୱାଗତ କରୁଛି ।