ଓଡିଶା

odisha

ETV Bharat / bharat

5 ବର୍ଷରେ 2 ହଜାରରୁ ଅଧିକ ଥର ଅନୁପ୍ରବେଶ କରିଛି ଚୀନ: ଚିଦାମ୍ବରମ

ସୋମବାର ଟ୍ବିଟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆଟାକ କରିଥିଲେ ବିଜେପି ଅଧ୍ୟକ୍ଷ । ଯାହାର କଡା ଜବାବ ରଖିଲେ ଚିଦାମ୍ବରମ । ଅଧିକ ପଢନ୍ତୁ...

5 ବର୍ଷରେ 2 ହଜାରରୁ ଅଧିକ ଅନୁପ୍ରବେଶ କରିଛି ଚୀନ: ଚିଦାମ୍ବରମ
5 ବର୍ଷରେ 2 ହଜାରରୁ ଅଧିକ ଅନୁପ୍ରବେଶ କରିଛି ଚୀନ: ଚିଦାମ୍ବରମ

By

Published : Jun 23, 2020, 4:32 PM IST

ନୂଆଦିଲ୍ଲୀ: ଚୀନ ବିବାଦକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ବିଜେପିକୁ ଘେରିଥିବାବେଳେ ବିଜେପି ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଉଛି । ଚୀନ ବିବାଦରେ ସୋମବାର ବିଜେପି ସଭାପତି ଜେପି ନଡ୍ଡା ମନମୋହନ ସିଂଙ୍କୁ ଆଟାକ କରିଥିବାବେଳେ, ବର୍ତ୍ତମାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ମଧ୍ୟ ଏହାର କଡା ଜବାବ ଦେଇଛନ୍ତି।

ଟ୍ବିଟ କରି ନଡ୍ଡାଙ୍କ ଉପରେ ବର୍ଷିଲେ ଚିଦାମ୍ବରମ

ମଙ୍ଗଳବାର ପି ଚିଦାମ୍ବରମ ଟ୍ୱିଟ କରି ଲେଖିଛନ୍ତି ଯେ, 'ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ 2010-13 ମଧ୍ୟରେ 600 ଥର ଚୀନର ଅନୁପ୍ରବେଶ ବିଷୟରେ ପଚାରିଛନ୍ତି । ହଁ, ଅନେକଥର ଅନୁପ୍ରବେଶ ହୋଇଛି କିନ୍ତୁ ଆମ ଜମିକୁ କେହି ଦଖଲ କରି ନାହାଁନ୍ତି କିମ୍ବା କୌଣସି ଭାରତୀୟ ସୈନ୍ୟ ଶହୀଦ ହୋଇ ନାହାଁନ୍ତି'।

ପି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି ଯେ, ''ଜେପି ନଡ୍ଡା ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କୁ ପଚାରିବେ କି, 2015 ପରଠାରୁ ଚୀନ 2 ହଜାର 264 ଥର ଅନୁପ୍ରବେଶ କରିଛି । ମୁଁ ଭଲ ଭାବେ ଜାଣିଛି ଯେ ସେ ଏହି ପ୍ରଶ୍ନ କେବେ ହେଲେ ପଚାରିବାକୁ ସାହସ କରିବେ ନାହିଁ''।

For All Latest Updates

ABOUT THE AUTHOR

...view details