ଓଡିଶା

odisha

ETV Bharat / bharat

‘ଭାରତର ଆଭ୍ୟନ୍ତରୀଣ ମାମଲାଠୁ ଦୂରରେ ରହୁ ଚୀନ’

ଭାରତର ଆଭ୍ୟନ୍ତରୀଣ ମାମଲାରେ ଚୀନକୁ ଟିପ୍ପଣୀ କରିବାର କୌଣସି ଅଧିକାର ନଥିବା କହିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

By

Published : Oct 15, 2020, 9:05 PM IST

ବୈଦେଶିକ ମନ୍ତ୍ରଣାଳୟର ବୟାନ, ଚୀନର ନାହିଁ ଭାରତର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦେବାର ଅଧିକାର
ବୈଦେଶିକ ମନ୍ତ୍ରଣାଳୟର ବୟାନ, ଚୀନର ନାହିଁ ଭାରତର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦେବାର ଅଧିକାର

ନୂଆଦିଲ୍ଲୀ:ଲଦାଖ ସୀମାରେ ଉପୁଜିଥିବା ଉତ୍ତେଜନାରେ ପଡୁନି ପୂର୍ଣ୍ଣଛେଦ । ଘନ ଘନ ବୈଠକ ସତ୍ତ୍ବେ ମିଳୁନି ସମାଧାନର ରାସ୍ତା । ବାରମ୍ବାର ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଛି ଚୀନ । ଭାରତ ମଧ୍ୟ ଚୀନକୁ କଡା ଜବାବ ଦେବାରେ ଲାଗିଛି ।

ଗୁରୁବାର ଲଦାଖ ସ୍ଥିତି ଉପରେ ବୟାନ ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ଭାରତର ଆଭ୍ୟନ୍ତରୀଣ ମାମଲାରେ ଚୀନକୁ ଟିପ୍ପଣୀ କରିବାର କୌଣସି ଅଧିକାର ନଥିବା କହିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଭାରତର ଅଭିନ୍ନ ଅଙ୍ଗ ଥିଲା ଓ ଆଗକୁ ମଧ୍ୟ ରହିବ । ଦେଶର ଆଭ୍ୟନ୍ତରୀଣ ମାମଲାରେ ଚୀନ କୌଣସି ଟିପ୍ପଣୀ ନକରୁ ବୋଲି ପ୍ରତିକ୍ରିୟା ଦେଇଛି ଭାରତ ।

ABOUT THE AUTHOR

...view details