ଓଡିଶା

odisha

ETV Bharat / bharat

ଭାରତ ବିରୋଧରେ ହାତ ମିଳାଇଲେ ଚୀନ-ପାକିସ୍ତାନ, ଜୈବିକ ଅସ୍ତ୍ରଶସ୍ତ୍ରକୁ ନେଇ ହେଲା ଗୋପନୀୟ ଚୁକ୍ତି

ଜୈବିକ ଅସ୍ତ୍ରଶସ୍ତ୍ର ଉପରେ ଚୀନ ପାକିସ୍ତାନ ସେନା ସହିତ ଏକ ଗୋପନୀୟ ଚୁକ୍ତି କରିଛି। ଯେଉଁଥିରେ ମାରାତ୍ମକ ସଂକ୍ରମକ ଆନ୍ଥ୍ରାକ୍ସ ସମେତ ଅନେକ ଅନେକ ଗବେଷଣା ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇଛି ।

ଭାରତ ବିରୋଧରେ ହାତ ମିଳାଇଲେ ଚୀନ-ପାକିସ୍ତାନ
ଭାରତ ବିରୋଧରେ ହାତ ମିଳାଇଲେ ଚୀନ-ପାକିସ୍ତାନ

By

Published : Jul 24, 2020, 12:22 PM IST

ବେଜିଂ: ଆତଙ୍କବାଦକୁ ପ୍ରୋତ୍ସାହିତ କରି ବିଶ୍ବରେ ରକ୍ତର ଖେଳ ଖେଳୁଥିବା ପାକିସ୍ତାନ ଏବଂ କୋରୋନା ବିସ୍ତାର କରି ବିଶ୍ବକୁ ଆତଙ୍କିତ କରିଥିବା ଚୀନ ଏବେ ଭାରତ ଏବଂ ପାଶ୍ଚାତ୍ୟ ଦେଶଗୁଡିକ ବିରୋଧରେ ଏକାଠି ହୋଇଛନ୍ତି । ଉଭୟ ବର୍ତ୍ତମାନ ଭାରତ ଏବଂ ପାଶ୍ଚାତ୍ୟ ଦେଶମାନଙ୍କର ବିନାଶ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଜୈବିକ ଅସ୍ତ୍ରଶସ୍ତ୍ର ଉପରେ ଚୀନ ପାକିସ୍ତାନ ସେନା ସହିତ ଏକ ଗୋପନୀୟ ଚୁକ୍ତି କରିଛି। ଯେଉଁଥିରେ ମାରାତ୍ମକ ସଂକ୍ରମକ ଆନ୍ଥ୍ରାକ୍ସ ସମେତ ଅନେକ ଅନେକ ଗବେଷଣା ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇଛି ।

ଏହି ରିପୋର୍ଟ ଏପରି ସମୟରେ ଆସିଛି ଯେତେବେଳେ ଚୀନରୁ ଉତ୍ପନ୍ନ ହୋଇଥିବା କରୋନା ଭାଇରସ ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଏଥିଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ଏହି ଭୂତାଣୁ ଉତ୍ପନ୍ନ ହୋଇଥିବା ଅନୁମାନ କରାଯାଉଛି। ଆନ୍ଥୋନି କ୍ଲାନଙ୍କ ରିପୋର୍ଟ ଅନୁଯାୟୀ, ଚୀନର ଏହି ଲ୍ୟାବ ପାକିସ୍ତାନୀ ସେନାର ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂଗଠନ (ଡେଷ୍ଟୋ) ସହିତ ଏକ ଗୋପନୀୟ ଚୁକ୍ତି କରିଛି। ଉଭୟ ଦେଶ ସଂକ୍ରାମକ ରୋଗର ଜୈବିକ ନିୟନ୍ତ୍ରଣ ଉପରେ ଗବେଷଣା ପାଇଁ ଚୁକ୍ତି କରିଛନ୍ତି ।

କ୍ଲାକ୍ସନ୍ ଦ୍ବାରା ଦର୍ଶାଯାଇଥିବା ଗୁପ୍ତ ସୂତ୍ର ଅନୁଯାୟୀ, ପାକିସ୍ତାନ ସହ ହୋଇଥିବା ଏହି ଗୁପ୍ତ ଚୁକ୍ତି ଏବେ ବିଶ୍ବ ପାଇଁ ଚିନ୍ତା ବଢାଇଛି । ଚୀନ କୋରୋନା ପ୍ରସଙ୍ଗରେ ବିଶ୍ୱ ଠାରୁ ସମାଲୋଚନା ହେବାପରେ ଏବେ ନିଜ ସୀମା ବାହାରେ ଜୈବିକ ଅସ୍ତ୍ର ପରୀକ୍ଷା କରିବାକୁ ଚାହୁଁଛି।

ଉହାନ୍ ଲ୍ୟାବ୍ ଏହି ପ୍ରକଳ୍ପ ପାଇଁ ସମସ୍ତ ଆର୍ଥିକ, ଉତ୍ସ ଏବଂ ବୈଜ୍ଞାନିକ ସହାୟତା ପାକିସ୍ତାନ ସେନାକୁ ପ୍ରଦାନ କରିଛି । ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ଚୀନ ବହନ କରିଛି । ଗୁପ୍ତ ଜୈବିକ ଅସ୍ତ୍ର ସମ୍ବନ୍ଧୀୟ ପ୍ରକଳ୍ପ ଅଧୀନରେ ଆନ୍ଥ୍ରାକ୍ସ ଉପରେ ଗବେଷଣା କରାଯିବ ବୋଲି ଗୁପ୍ତଚର ଏଜେନ୍ସିର ବରିଷ୍ଠ ସୂତ୍ରରୁ ପ୍ରକାଶ ପାଇଛି ।

ଏକ ସୂତ୍ର ଅନୁଯାୟୀ, ଏହି ଚୁକ୍ତିନାମା ଧାର୍ଯ୍ୟ ଉଦ୍ଦେଶ୍ୟ ଅନୁଯାୟୀ ନୁହେଁ ବରଂ ଭିନ୍ନ ଲକ୍ଷ୍ୟ ପାଇଁ କରାଯାଇଛି। ଭାରତୀୟ ଏବଂ ପାଶ୍ଚାତ୍ୟ ଇଣ୍ଟେଲିଜେନ୍ସ ଏଜେନ୍ସି ଅନୁଯାୟୀ, ଚୀନ ଏହି ପ୍ରକଳ୍ପକୁ ଭାରତ ଏବଂ ପାଶ୍ଚାତ୍ୟ ଦେଶ ବିରୁଦ୍ଧରେ ପାକିସ୍ତାନକୁ ବ୍ୟବହାର କରି ଜୈବିକ ଅସ୍ତ୍ର ବିକଶିତ କରିବାକୁ ଚାହୁଁଛି । ଏହାଦ୍ବାରା ସେ ନିଜ ଜମି ଏବଂ ଲୋକଙ୍କୁ ବିପଦରୁ ରକ୍ଷା କରି ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଥିବା ଜଣାପଡିଛି ।

ABOUT THE AUTHOR

...view details