ଓଡିଶା

odisha

ETV Bharat / bharat

କୋରୋନା ପାଇଁ ଚୀନରେ କୋକୁଆ ଭୟ, ମୃତ୍ୟୁସଂଖ୍ୟା 2 ହଜାର ଟପିଲା - ମୁଣ୍ଡ ନେଉଛି କୋରୋନା

ଚୀନରେ ଭୟଙ୍କର ହେଉଛି କୋରୋନା ଭାଇରସ୍। କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା। ସେପଟେ 70 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଅଧିକ ଖବର ପଢନ୍ତୁ...

_China Corona  virus
କୋରୋନା ପାଇଁ ଚୀନରେ କୋକୁଆ ଭୟ, ମୃତ୍ୟୁସଂଖ୍ୟା 2 ହଜାର ଟପିଲା

By

Published : Feb 19, 2020, 11:05 AM IST

ନୂଆଦିଲ୍ଲୀ:ମୁଣ୍ଡ ଗଡାଇ ଚାଲିଛି କୋରୋନା ଭାଇରସ। ଚୀନରେ ମୃତକଙ୍କ ସଂଖ୍ୟା 2004ରେ ପହଞ୍ଚିଛି। ଦିନକୁ ଦିନ ପରିସ୍ଥିତି ଜଟିଳ ହେଉଥିବା ବେଳେ ଚୀନ ପାଇଁ ବିପଦ ଘନେଇ ଆସୁଛି। ଏହାସହ ଆକ୍ରନ୍ତଙ୍କ ସଂଖ୍ୟା 74 ହଜାର 175ରେ ପହଞ୍ଚିଲାଣି।

ହୁବେଇ ସ୍ବାସ୍ଥ୍ୟ ମିଶନଙ୍କ କହିବା ଅନୁସାରେ ମଙ୍ଗଳବାର କୋରୋନାରେ 132 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1693 ନୂଆ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ଡିସେମ୍ବର ମାସରେ ଏହି ଭାଇରାସ ହୁବେଇ ଠାରୁ ବିସ୍ତାରିତ ହେବା ସହ ବର୍ତ୍ତମାନ ମହାମାରୀର ରୂପ ନେଇଛି।

ଚୀନର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ କହିଛନ୍ତି ଯେ, ଏହି ଭାଇରସରେ ସର୍ବାଧିକ ପ୍ରଭାବିତ ହୁବେଇ ହୋଇଛି । କାରଣ ଶୁକ୍ରବାର ସୁଦ୍ଧା 2 ହଜାର 420 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ 139 ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା।

ସୂଚନା ଅନୁସାରେ, ଚିକିତ୍ସିତ ଅବସ୍ଥାରେ ଜୀବନ ହାରିଛନ୍ତି ଉହାନ ହସ୍ପିଟାଲ ନିର୍ଦ୍ଦେଶକ। ଏନେଇ ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଉହାନରେ ଲୋକଙ୍କୁ ଘାରିଛି କୋକୁଆ ଭୟ ।

ଚୀନରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବର୍ତ୍ତମାନ ଦେଶରେ ଥଣ୍ଡା,କାଶ ଓ ଅସୁସ୍ଥ ଲୋକଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଏହାସହ ଚୀନ ରାଷ୍ଟ୍ରପତି ଜୀନପିଙ୍ଗ୍ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇ ରୋଗୀଙ୍କ ସଂଖ୍ୟା କମୁଥିବା କହିଛନ୍ତି।

ABOUT THE AUTHOR

...view details