ଓଡିଶା

odisha

ETV Bharat / bharat

'ପାକିସ୍ତାନ ଅପେକ୍ଷା ଚୀନ ଭାରତ ପାଇଁ ବଡ ବିପଦ'

ଚୀନର ସାମରିକ ଶକ୍ତି ଭାରତ ତୁଳନାରେ ଦଶଗୁଣ ଅଧିକ । ସେ ନିଜ ଶକ୍ତି ବୃଦ୍ଧି କରିବା ପାଇଁ ଭାରତର ପଡ଼ୋଶୀ ଦେଶଙ୍କୁ ନିଜ ଅଧିନରେ କରିଛି ବୋଲି ପାୱାର କହିଛନ୍ତି ।

By

Published : Jul 12, 2020, 3:33 PM IST

ଶରଦ ପାୱାର
ଶରଦ ପାୱାର

ମୁମ୍ବାଇ: ଭାରତ-ଚୀନ ସୀମା ବିବାଦକୁ ନେଇ ଚୀନ ଉପରେ ବର୍ଷିଛନ୍ତି ଏନସିପି ଅଧ୍ୟକ୍ଷ ଶରଦ ପାୱାର । ପାକିସ୍ତାନ ଅପେକ୍ଷା ଚୀନ ଭାରତ ପାଇଁ ବଡ ବିପଦ ବୋଲି ସେ କହିଛନ୍ତି । ଚୀନର ସାମରିକ ଶକ୍ତି ଭାରତ ତୁଳନାରେ ଦଶଗୁଣ ଅଧିକ । ସେ ନିଜ ଶକ୍ତି ବୃଦ୍ଧି କରିବା ପାଇଁ ଭାରତର ପଡ଼ୋଶୀ ଦେଶଙ୍କୁ ନିଜ ଅଧିନରେ କରିଛି ବୋଲି ପାୱାର କହିଛନ୍ତି ।

ତେବେ ବୁଝାମଣା ଏବଂ କୂଟନନୈତିକ ନୀତି ମାଧ୍ୟମରେ ଚୀନ ଉପରେ ଆନ୍ତର୍ଜାତୀୟ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିବା ଉଚିତ ବୋଲି ପାୱାର ଏକ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି, ଯେତେବେଳେ ଆମେ ଶତ୍ରୁ ବିଷୟରେ ଚିନ୍ତା କରୁ, ଆମ ମନକୁ ଆସୁଥିବା ପ୍ରଥମ ନାମ ହେଉଛି ପାକିସ୍ତାନ । କିନ୍ତୁ ପାକିସ୍ତାନ ବିଷୟରେ ଆମକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ପାକିସ୍ତାନ ଠାରୁ ଅଧିକ ବିପଦ ଏବେ ଚୀନ । ଦୀର୍ଘ ସମୟ ମଧ୍ୟରେ ଚୀନ ହିଁ ଭାରତୀୟ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ଚିନ୍ତା କରିଛି । ଚୀନ ଭାରତ ପାଇଁ ଏକ ବଡ ବିପଦ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ପାୱାର କହିଛନ୍ତି, ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଆଲିଙ୍ଗନ କରି ଫଟୋ ଉଠାଇଥିଲେ । କିନ୍ତୁ ଫଟୋ ଦ୍ବାରା ଦୁଇ ଦେଶ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ପାୱାର କହିଛନ୍ତି ।

ଗଲୱାନ ସଂଘର୍ଷକୁ ନେଇ ପାୱାର କହିଛନ୍ତି, ଏହି ପ୍ରସଙ୍ଗରେ କୌଣସି ପ୍ରକାର ରାଜନୀତି କରିବା ଉଚିତ ନୁହେଁ । ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବୁଝାମଣା ଏବଂ କୂଟନୈତିକ ନୀତି ମାଧ୍ୟମରେ ଚୀନ ଉପରେ ଆନ୍ତର୍ଜାତିକ ଚାପ ପକାଇବାକୁ ଚେଷ୍ଟା କରିବା ଉଚିତ । କାରଣ ବର୍ତ୍ତମାନ କେବଳ ଚୀନ ନୁହେଁ ପାକିସ୍ତାନ, ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଭଳି ଦେଶ ମଧ୍ୟ ଭାରତ ବିରୁଦ୍ଧରେ ଯାଇଛନ୍ତି । ମୋଦି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରି ହେବାପରେ ପଶୁପଥିନାଥ ମନ୍ଦିରରେ ପ୍ରାର୍ଥନା କରିବା ପାଇଁ ନେପାଳ ଯାଇଥିଲେ। ଏହାକୁ ନେପାଳ ପ୍ରଶଂସା କରି ଭାରତର ବନ୍ଧୁ ତଥା ପ୍ରଥମ ହିନ୍ଦୁ ରାଷ୍ଟ୍ର ବୋଲି କହିଥିଲା । କିନ୍ତୁ ବର୍ତ୍ତମାନ ନେପାଳ ଆମ ସହ ନୁହେଁ ବରଂ ଚୀନ ସପକ୍ଷରେ ଅଛି ବୋଲି ଅଜିତ ପାୱାର କହିଛନ୍ତି ।

ABOUT THE AUTHOR

...view details