ଓଡିଶା

odisha

ETV Bharat / bharat

ଭୋଟର ବଢାଇବାକୁ ହାତ ବାରିସି ସାଜିଲେ ସ୍କୁଲ ପିଲେ - election

ଭୋଟର ସଂଖ୍ୟା ବଢାଇବା ପାଇଁ ସ୍କୁଲ ଛାତ୍ରଛାତ୍ରୀ ସାଜିଛନ୍ତି ମାଧ୍ୟମ। ଅଭିଭାବକଙ୍କୁ ଭୋଟ ଦେବାକୁ ମନାଇବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ତାଲିମ।

ଡିଜାଇନ ଫଟୋ

By

Published : Apr 1, 2019, 6:40 PM IST

ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ଭିନ୍ନ ପ୍ରୟାସ। ଭୋଟର ସଂଖ୍ୟା ବଢାଇବା ପାଇଁ ସ୍କୁଲ ଛାତ୍ରଛାତ୍ରୀ ସାଜିଛନ୍ତି ମାଧ୍ୟମ। ଅଭିଭାବକଙ୍କୁ ଭୋଟ ଦେବାକୁ ମନାଇବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ତାଲିମ।
ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ଦଳ ମଧ୍ୟରେ ଚାଲିଛି ଛକାପଞ୍ଝା। ଲୋକଙ୍କ ନିକଟରୁ ଭୋଟ ହାତେଇବା କଳବଳ କୌଶଳ ଲଗାଇ ଦେଉଛନ୍ତି ନେତା।ତେବେ ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ।

ପାଲଘରର 3 ହଜାର ସ୍କୁଲର ପାଖାପାଖି4 ଲକ୍ଷ ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଗତ ସପ୍ତାହରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ତତ୍ତ୍ବାବଧାନରେ ଅଭିଭାବକଙ୍କୁ ଭୋଟ ପାଇଁ ପ୍ରବର୍ତ୍ତାଇବାକୁ ଶପଥ ଗ୍ରହଣ କରିଛନ୍ତି। ତେବେ ଏହି ଅଭିଯାନର ସୁଫଳ ଆଗାମୀ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଏହି ଅଭିଯାନର ଉଚିତ ଆମ୍ବାସଡର ହେଉଛନ୍ତି ଛାତ୍ରଛାତ୍ରୀ ବୋଲି କହିଛନ୍ତି ଜିଲ୍ଲାପାଳ। ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ ମହାରାଷ୍ଟ୍ରରେ ସମୁଦାୟ 8 କୋଟି 73 ଲକ୍ଷ 30 ହଜାର 484 ଭୋଟର ଅଛନ୍ତି। ଯେଉଁଥିରୁ ପୁରୁଷ ଭୋଟର ସଂଖ୍ୟା ରହିଛି 4କୋଟି 57 ଲକ୍ଷ 02 ହଜାର 579 ରହିଥିବା ବେଳେ ମହିଳା ଭୋଟର ଅଛନ୍ତି 4କୋଟି 16 ଲକ୍ଷ 25 ହଜାର 819। ଏହାସହ 2 ହଜାର 86 ଟ୍ରାନ୍ସଜେଣ୍ଡର ରହିଛନ୍ତି।

ABOUT THE AUTHOR

...view details